Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନଭେମ୍ବର ୨୬ ସାଧାରଣ ଧର୍ମଘଟ ସଫଳ କରିବାକୁ ଆହ୍ୱାନ

by ସଞ୍ଜୟ ସ୍ୱାଇଁ
November 15, 2020
in Nayagarh
ନଭେମ୍ବର ୨୬ ସାଧାରଣ ଧର୍ମଘଟ ସଫଳ କରିବାକୁ ଆହ୍ୱାନ
563
VIEWS
Share on FacebookShare on Twitter

ନୟାଗଡ଼଼, (ବାଘୁଆବାର୍ତ୍ତା): ଦୀର୍ଘକାଳୀନ ସଂଗ୍ରାମ ଫଳରେ ଭାରତ ବର୍ଷର ଶ୍ରମିକ ଶ୍ରେଣୀ, କୃଷକ ସମାଜ, ଯେଉଁ ଅଧିକାର ହାସଲ କରିଥିଲେ, କରୋନା ଆଘାତ କାଳୀନ ପରିସ୍ଥିତିର ସୁଯୋଗ ନେଇ କେନ୍ଦ୍ର ସରକାର ସେ ଅଧିକାରକୁ ଚଂଚକତାର ସହିତ ଅପହରଣ କରିଛନ୍ତି । ତାହାର ପ୍ରତିବାଦରେ ସମସ୍ତ ସର୍ବ ଭାରତୀୟ ଶ୍ରମିକ ସଂଗଠନ, କୃଷକ ସଂଗଠନ, କର୍ମଚାରୀ ସଂଗଠନ, ବ୍ୟାଙ୍କ ବୀମା ଭଳି ଆର୍ଥିକ ସଂଗଠନ, ୟୁନିୟନ୍ ମାନଙ୍କର ଆହ୍ୱାନ କ୍ରମେ ଆସନ୍ତା ନଭେମ୍ବର ୨୬ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଂଭାନ୍ତ କରଣରେ ସଫଳ କରିବା ପାଇଁ ଆଜି ଶରଣକୂଳଠାରେ ସଂଗଠିତ ଗଣକନ୍‌ଭେସନ୍‌ରେ ନିଷ୍ପତ୍ତି ଗ୍ରହଣ କରାଯିବା ସହ ସାଧାରଣ ଲୋକେ ଏଥିରେ ସାମିଲ ହେବାକୁ ଆହ୍ୱାନ ଦିଆ ଯାଇଛି । କେନ୍ଦ୍ର ସରକାର ଯେଭଳି ୪୪ଟି ଶ୍ରମ ଆଇନକୁ ବାତିଲ କରି ୪ଟି ନିଷ୍କ୍ରିୟ କୋଡ୍‌ରେ ପରିଣତ କରିଛନ୍ତି, କୃଷି ସଂସ୍କାର ଆଳରେ କର୍ପୋରେଟ କୃଷି ଓ କୃଷି ଅମଳର ମହଜୁଦ୍ କାରୀ କଳାବଜାରୀ ମାନଙ୍କୁ ଅଧିକ ପ୍ରୋତ୍ସାହିତ କରିଛନ୍ତି । ଅତ୍ୟବଶ୍ୟକ ଖାଉଟି ଆଇନକୁ ବାତିଲ କରିଛନ୍ତି । ବେକାରୀ ବୃଦ୍ଧି ଓ ଦରଦାମ ବୃଦ୍ଧିର ବାଟ ଖୋଲିଛନ୍ତି, ତାହାର ପ୍ରତିରୋଧ ପାଇଁ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଆଲୋଚକମାନେ ଆଜି ବୈଠକରେ ଆହ୍ୱାନ ଦେଇଛନ୍ତି । କୃଷକ ନେତା ପବିତ୍ର ଇନ୍ଦ୍ରଜିତ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କନ୍‌ଭେସନ୍‌ରେ ଶ୍ରମିକ ଓ କୃଷକ ନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲୀ, କୃଷ୍ଣଚନ୍ଦ୍ର ମହାପାତ୍ର, ସରୋଜ ନାୟକ, ଆଲୋକ ପ୍ରଧାନ, ଜ୍ୟୋତିପ୍ରଭା ଜେନା, ବିଶ୍ୱନାଥ ପଟ୍ଟନାୟକ, ଭାଗୀରଥି ସ୍ୱାଇଁ, ବିମଳ କୁମାର ଦାଶ, ଧିରେନ ପାତ୍ର, ଉର୍ମୀଳା ଦେବୀ, ବାସନ୍ତି ଦେବୀ, ଉତ୍ସବ ନାୟକ ପ୍ରମୂଖ ଆଲୋଚନାରେ ଭାଗ ନେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!