Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍କର୍ମ ଓ ହତ୍ୟା ମାମଲା, ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ, ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ କ୍ରାଇମବ୍ରାଞ୍ଚ ଆଇଜି

by ସଞ୍ଜୟ ସ୍ୱାଇଁ
October 3, 2024
in Crime, State
ଦୁଷ୍କର୍ମ ଓ ହତ୍ୟା ମାମଲା, ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ, ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ କ୍ରାଇମବ୍ରାଞ୍ଚ ଆଇଜି
37
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା) : ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ। ବିଭାଗୀୟ ଡାକ୍ତର ବର୍ଷକ ପରେ ପୁଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲେ। ବିଳମ୍ବିତ ରିପୋର୍ଟକୁ ନେଇ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କଲେ କ୍ରାଇମବ୍ରାଞ୍ଚ ଆଇଜି। ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ନିବେଦନ କଲେ କ୍ରାଇମବ୍ରାଞ୍ଚ ଆଇଜି। କ୍ରାଇମବ୍ରାଞ୍ଚ ଆଇଜି ଲେଖିଥିବା ଚିଠିରେ ଦର୍ଶାଯାଇଛି, ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଥିଲା। ୨୦୨୨ ଅକ୍ଟୋବର ୩ ତାରିଖରେ ବାଦାମପାହାଡ ଥାନା ଅଞ୍ଚଳରେ ଏହି ବର୍ବରତା ଘଟଣା ଘଟିଥିଲା। ପୁଲିସ୍ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପାଇଁ ପଠାଇ ଦେଇଥିଲା। ରାଇରଙ୍ଗପୁର ମେଡିକାଲ୍ ଅଧିକାରୀ ଡାକ୍ତର ସବିତା ମହାନ୍ତ ମହିଳା ଶବ ବ୍ୟବଚ୍ଛେଦ କରି ୨୦୨୩ ମସିହା ସେପ୍ଟେମ୍ୱର ୨୦ ତାରିଖରେ ରିପୋର୍ଟ ଦେଇଥିଲେ। ଅର୍ଥାତ ବ୍ୟବଚ୍ଛେଦ ପାଇଁ ଏକ ବର୍ଷ ସମୟ ଲାଗି ଯାଇଥିଲା। ଯାହାକୁ ନେଇ କ୍ରାଇମବ୍ରାଞ୍ଚ ଆଇଜି କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ଡାକ୍ତରଙ୍କ କାର‌୍ୟ୍ୟ ଦକ୍ଷତା ଉପରେ ତଦନ୍ତ କରି କାର‌୍ୟ୍ୟାନୁଷ୍ଠାନ ନିଆଯାଉ ଆଇଜି ରିପୋର୍ଟରେ ଦର୍ଶାଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଦୁଷ୍କର୍ମ ପରେ ହତ୍ୟା ପରି ସ୍ପର୍ଶକାତର ଘଟଣାରେ ଯଦି ଡାକ୍ତରମାନେ ଏଭଳି ଅବହେଳା କରିବେ, ତା’ହେଲେ କିଭଳି ଜଣେ ସାଧାରଣ ଲୋକ ନ୍ୟାୟ ପାଇବ? ଦୁଷ୍କର୍ମ ପରେ ହତ୍ୟା ପରି ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ୩ରୁ ୭ ଦିନ ଭିତରେ ଦେବାର ଗାଇଡ୍‌ଲାଇନ୍ ରହିଛି। ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ୱକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଅଭୟ କୁମାର ଦାସ। ସେ କହିଛନ୍ତି, ଏ ସମ୍ପର୍କରେ କୌଣସି ଚିଠି ମୋ ପାଖକୁ ଆସିନାହିଁ। ଚିଠି ମିଳିଲେ ଘଟଣାର ତଦନ୍ତ କରାଯିବ। କିନ୍ତୁ ଏତେଦିନ ବିଳମ୍ୱ ହେବାଟା ଠିକ୍ ନୁହେଁ। ତେବେ ଘଟଣାର ତଦନ୍ତ କଲେ ଜଣାପଡ଼ିବ। ଗାଇଡ୍‌ଲାଇନ୍ ଅନୁସାରେ ୩ରୁ ୭ଦିନ ଭିତରେ ରିପୋର୍ଟ ଦିଆଯିବା କଥା। କିନ୍ତୁ ବାସ୍ତବରେ ଆମ ପାଖରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ନେଇ କାମ କରାଯାଉଛି ବୋଲି ସିଡିଏମଓ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!