ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆହ୍ବାନ କ୍ରମେ ଆଜି ପବିତ୍ର ଶିଶୁ ଦିବସ ଅବସରରେ “ଓଡିଶା ମୋ ପରିବାର” ଆନୁକୂଲ୍ୟରେ ଓଡ଼ଗାଁ ବ୍ଲକ ସ୍ଥିତ କଲ୍ୟାଣମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି ।
ଆଜିର କାର୍ଯ୍ୟକ୍ରମରେ ସମୁଦାୟ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି ।ବ୍ଲକ ଜୀବନ ବିନ୍ଦୁ ସଂଯୋଜକ ଲୋକନାଥ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଡାକ୍ତର ଭାଗିରଥି ପ୍ରଧାନ ରକ୍ତ ସଂଗ୍ରହ କରିଥିବାବେଳେ ରବୀନ୍ଦ୍ରନାଥ ସାହୁ ,ଦେବାଶିଷ ରାଉତ ,ସରୋଜ କୁମାର ସାହୁ ,ଏବଂ ଅଜୟ କୁମାର ପଟ୍ଟନାୟକ ଏବଂ ସ୍ବେଚ୍ଛାସେବୀ ଦାମୋଦର ସାହୁ ତାଙ୍କୁ ସହାୟତା କରିଥିଲେ ।ଆଜିର କାର୍ଯ୍ୟକ୍ରମରେ ବିଜନ ପାଇକରାୟ ,ଦିଲ୍ଲୀପ କୁମାର ମାର୍ଥା ,ପ୍ରମୋଦ କୁମାର ପାତ୍ର ,କୁମୁଦିନି ସାହୁ ,ସନ୍ୟାସୀ ଅଧିକାରୀ ,ପ୍ରଭାତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆମୂଳଚୂଳଭାବେ ପରିଚାଳନା କରିଥିଲେ ।ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ କୁରାଳ ,ସୁନାମୁହିଁ,ଗିରିଡିପଲ୍ଲୀ,ଆରଡ଼ା ,ରାବରା ,ସାକେରି ,କୋରପିଠା,ନନ୍ଦିଘର,ପନ୍ତିଖାରୀ ଗ୍ରାମପଂଚାୟତ ସମେତ ଏବଂ ଏନଏସିର ଛାତ୍ର ,ଯୁବ ,ମହିଳାମାନେ ରକ୍ତଦାନ କରିଥିଲେ ।





