ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ରାମଚଣ୍ଡୀ ମନ୍ଦିର ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ନୂଆ କରି ଆରମ୍ଭ ହୋଇଥିବା ଏକ ପ୍ଲାଏ ଦୋକାନରେ ବିଦ୍ୟୁତ୍ ସଟ୍ ସର୍କିଟ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ହେଲେ ଖୋଷାକଟା ଗ୍ରାମର ପଦ୍ମଲୋଚନ ସାହୁ (୨୮)। ସୂଚନାନୁସାରେ, କୌଣସି କାରଣରୁ ଦୋକାନ ସଟର ବିଦ୍ୟୁତ୍ କରେଣ୍ଟ ହୋଇ ଯାଇଥିଲା, ଏହାକୁ ଖୋଲିବା ସମୟରେ ଆଘାତ ପ୍ରାପ୍ତ ହୋଇ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ, ନୂଆଗାଁ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।





