ନୟାଗଡ଼, (ବାଘୁଆବାର୍ତ୍ତା): ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ବର୍ଗତ ଭିକାରି ମହମ୍ମଦ ଙ୍କ ସ୍ମୃତିରେ ଏକ ସଙ୍ଗୀତ ସନ୍ଧ୍ୟା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରୋଟାରୀ ଭବନ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ନିର୍ମଳ ଚନ୍ଦ୍ର ଶୁରଦେଓ, ପ୍ରଦୀପ କୁମାର ସାହୁ, ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ଆଶୁତୋଷ ମିଶ୍ର, ପ୍ରଭାତ ମିଶ୍ର, ଗୋପୀନାଥ ସେଠୀ, ରଂଜନ ରଶ୍ମି ଜେନା, ବିଜୟନନ୍ଦ ମହାପାତ୍ର, ଅଶୋକ ମଲ୍ଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ରୋଟାରୀ କ୍ଲବ ନୟାଗଡ଼, ସୁଧା ସାଂସ୍କୃତିକ ଅନୁଷ୍ଠାନ, ନୟାଗଡ କ୍ଲବ, ଜିଲ୍ଲା ଲେଖକ ପରିଷଦ, ମା’ଫାଉଣ୍ଡେସନ, ଆର୍ଟ ପଏଣ୍ଟ, ସଦାନନ୍ଦ ସାହିତ୍ୟ ସାଂସଦ, ପରମ୍ପରା ସାଂସ୍କୃତିକ ପରିଷଦ ଆଦି ପକ୍ଷରୁ ଆସନ୍ତା ସୋମବାର ଦିନ ସନ୍ଧ୍ୟାରେ ରୋଟାରୀ ଭବନ ପରିସରରେ ଏହି ସଙ୍ଗୀତ ସନ୍ଧ୍ୟା ଆୟୋଜନ କରାଯିବା ପାଇଁ ସାର୍ବସମ୍ମତ କ୍ରମେ ନିଷ୍ପତ୍ତି ହୋଇଥିଲା।





