Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟେଷ୍ଟ ସିରିଜ୍ ଜିତିଲା ଭାରତ

by ସଞ୍ଜୟ ସ୍ୱାଇଁ
October 1, 2024
in NATIONAL NEWS, Sports
ଟେଷ୍ଟ ସିରିଜ୍ ଜିତିଲା ଭାରତ
78
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଚେନ୍ନାଇ ପରେ କାନପୁର ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ। ଏହି ମ୍ୟାଚ୍ ସହ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିନେଇଛି ଟିମ୍ ଇଣ୍ଡିଆ। ବିଜୟ ପାଇଁ ୯୫ ରନ୍ ଆବଶ୍ୟକ ଥିବାବେଳେ ତିନି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି ରୋହିତ ବାହିନୀ। ଯଶସ୍ୱୀ ଜୈସ୍ୱାଲ ଅର୍ଦ୍ଧଶତକୀୟ ପାଳି ଖେଳି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ୨୯ ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ଦୁଇଟି ଇନିଂସରେ ୨୩୩ ଏବଂ ୧୪୬ ରନ୍ କରି ଥିବାବେଳେ ଭାରତ ପ୍ରଥମ ଇନିଂସରେ ୨୮୫ ଏବଂ ଦ୍ୱିତୀୟ ଇନିଂସରେ ଟାର୍ଗେଟ ପୂରା କରି ମ୍ୟାଚ୍ ସହ ସିରିଜ୍ ଜିତି ନେଇଛି। କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ବର୍ଷା ସାଜିଥିଲା ବାଧକ। ପ୍ରଥମ ଦିନ ଖେଳ ପରେ ଅଢେଇ ଦିନ ବର୍ଷା ଲାଗି ରହିଥିଲା। ବାଂଲାଦେଶ ପ୍ରଥମେ ପାଳି ଆରମ୍ଭ କରି ପ୍ରଥମ ଦିନରେ ୧୦୭ ରନ୍ କରିଥିଲା। ଏହାପରେ ବର୍ଷା ଛାଡିବା ପରେ ଚତୁର୍ଥ ଦିନରେ ପୁନର୍ବାର ମ୍ୟାଚ୍ ଆରମ୍ଭ ହୋଇଥିଲା। ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନ୍ କରି ଥିବାବେଳେ ଭାରତ ୨୮୫ ରନ୍ କରିଥିଲା। ବାଂଲାଦେଶ ଦ୍ୱିତୀୟ ଇନିଂସ ଖେଳି ୯୫ ରନ୍ ଟାର୍ଗେଟ ଦେଇଥିଲା। ଭାରତ ଏହାକୁ ସହଜରେ ଜିତି ନେଇଛି। ଯଶସ୍ୱୀ ଜୈସ୍ୱାଲ ୫୧ ରନ୍ କରି ଥିବାବେଳେ ବିରାଟ କୋହଲି ଏବଂ ଋଷବ ପନ୍ତ ଅପରାଜିତ ରହି ଯଥାକ୍ରମେ ୨୯ ଏବଂ ୪ ରନ୍ କରିଥିଲେ। ସେହିପରି ରୋହିତ ଶର୍ମା ୮ ଏବଂ ଶୁବମନ ଗିଲ୍ ୬ ରନ୍ କରିଥିଲେ। ଭାରତ ୧୭.୨ ଓଭରରେ ଏହି ମ୍ୟାଚ୍ ସହ ସିରିଜ୍ ବିଜୟୀ ହୋଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!