ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଗସ୍ତରେ ଆସିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆର୍ଡିସି) ଅନିଲ୍ କୁମାର ସାମଲ । ଆର୍ଡିସି ଜିଲ୍ଲା ଗ୍ରସ୍ତରେ ଆସି ସର୍କିଟ ହାଉସ୍ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ଆଲୋଚନା ଜାରି ରଖିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଉପସ୍ଥିତ ରହି ଜିଲ୍ଲାର କୋଭିଡ୍ ପରିସ୍ଥିତି ସହ ଅନ୍ୟାନ ବିଷୟ ଉପରେ ଆଲୋଚନା ରଖିଛନ୍ତି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଡିପିଏମ୍ ଉପସ୍ଥିତ ରହିଥିବା ଜଣାଯାଇଛି ।






