Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇୱା ଧକ୍କାରେ ଜଣେ ଗୁରୁତର, ରାସ୍ତା ଅବରୋଧ

by ସଞ୍ଜୟ ସ୍ୱାଇଁ
November 7, 2020
in Nayagarh
ହାଇୱା ଧକ୍କାରେ ଜଣେ ଗୁରୁତର,  ରାସ୍ତା ଅବରୋଧ
2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡା ସହରାଞ୍ଚଳ ଅନ୍ତର୍ଗତ ବ୍ଲକ ସମ୍ମୁଖରେ ହାଇୱା ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଶନିବାର ଅପରାହ୍ନରେ ନୟାଗଡ଼ ପଟୁ ଦ୍ରୁତଗତିରେ ଆସୁଥିବା ଓଡି ୨୫କେ ୮୩୮୪ ନମ୍ବର ବିଶିଷ୍ଟ ହାଇୱାଟି ସହରାଞ୍ଚଳ ଅନ୍ତର୍ଗତ ଗଡଭିତରସାହି ବାସିନ୍ଦା ସୁରେନ୍ଦ୍ର ବେହେରା(୪୦) ଙ୍କୁ ଧକ୍କା ଦେବାସହ ଡାହାଣପଟେ ଥିବା ପ୍ରାଚୀର ଭାଙ୍ଗି ଖାଲ ମଧ୍ୟକୁ ପସିଯାଇଥିଲା। ଅନ୍ୟପକ୍ଷରେ ଗୁରୁତର ଆହତ ସୁରେନ୍ଦ୍ରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବାସହ ପ୍ରଥମେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିବା ସୂଚନା ମିଳିଛି। ଆହତ ସୁରେନ୍ଦ୍ରଙ୍କର ଦୁଇଗୋଡ ଉପରେ ହାଇୱା ଚଢିଯାଇଥିବାବେଳେ ଘଟଣାସ୍ଥଳରୁ ଫେରାର ହେବାକୁ ବସିଥିବା ଡ୍ରାଇଭର ଓ ହେଲପରକୁ ଲୋକେ ପୋଲିସ ଜିମା ଦେଇଥିବା ଜଣାପଡିଛି। ସେହିପରି ଘଟଣାପରେ ଉତ୍ୟକ୍ତ ଲୋକେ ଖଣ୍ଡପଡା-ନୟାଗଡ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାବେଳେ ଆହତଙ୍କ ପରିବାରକୁ କ୍ଷତିପୂରଣ ଦାବିକରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ମଦ୍ୟପାନ ସହ ଦ୍ରୁତ ଗାଡିଚାଳନା ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!