ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ତ୍ରିନାଥ ଛକ ଠାରେ ଆଜି ହୋଟେଲ ଇନ୍ଦୁମତୀ ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି| ଏଠାରେ ସମସ୍ତ ପ୍ରକାର ଉଚ୍ଚ କୋଟିର ଖାଦ୍ୟ ପରିବେଷଣ କରାଯିବା ସହ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଆପ୍ୟାୟିତ କରାଯିବ ବୋଲି ଏହାର ପ୍ରୋପାଇଟର ରମେଶ ଚନ୍ଦ୍ର ସାହୁ ଏବଂ ଟୁଟୁ ସାହୁ ଜଣାଇଛନ୍ତି | ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ,ବଣିକ ସଂଘ ସଭାପତି ଜାନକୀ ବଲ୍ଲଭ ଜେନା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଯୁବନେତା ସାରଦା ପ୍ରସାଦ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ କୋଭିଡ ନିୟମାନୁଯାୟୀ ଅନୁଷ୍ଠିତ ହୋଇଥିଲା।





