ନୟାଗଡ଼, (ବାଘୁଆବାର୍ତ୍ତା): ସ୍ଥାନୀୟ ଦର୍ପନାରାୟଣ ଅନ୍ତର୍ଗତ ଗୁଣ୍ଡୁରାବାଡ଼ି କାଳିଆଶଣ୍ଢ ପାଖରେ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ପୋଡ଼ି ମାରି ଦିଆ ଯାଇଛି। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଏହା ପାରିବାରିକ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି। ଏହି ଯୁବକ ଜଣଙ୍କ ଇଟାମାଟି ଥାନା ଅନ୍ତର୍ଗତ ଭୂତଡି ଗ୍ରାମର ଅକ୍ରୁର ପ୍ରଧାନଙ୍କ ପୁଅ ବଳଭଦ୍ର ବଳିୟାରସିଂ ବୋଲି ଜଣାଯାଇଛି।






