Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୟଭୀତ ଇରାନ

by ସଞ୍ଜୟ ସ୍ୱାଇଁ
September 28, 2024
in NATIONAL NEWS, WORLD
ଭୟଭୀତ ଇରାନ
121
VIEWS
Share on FacebookShare on Twitter

ତେହରାନ, (ବାଘୁଆବାର୍ତ୍ତା): ହେଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରଲ୍ଲାହ ତେହେରାନରେ ନିହତ ହୋଇଛି। ଏହି ଘଟଣା ଯୋଗୁଁ ଇରାନ ବି ଭୟଭୀତ ହୋଇଯାଇଛି । ଏହି ଘଟଣା ପରେ ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖାମେନିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ଇରାନରେ ହିଁ ହମାସ ମୁଖ୍ୟ ଇସମାଇଲ ହାନିଆକୁ ମଧ୍ୟ ଇସ୍ରାଏଲ ହତ୍ୟା କରିଥିଲା। ହିଜବୁଲ୍ଲା ମୁଖ୍ୟଙ୍କ ହତ୍ୟା ପରେ ଏବେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖୋମିନେଇ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରିବା ଆରମ୍ଭ କରିଛନ୍ତି। ଶୁକ୍ରବାର ଦିନ ଦକ୍ଷିଣ ବେରୁତରେ ହୋଇଥିବା ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାଙ୍କୁ ହତ୍ୟା କରାଯାଇଥିବା ଘୋଷଣା କରିବା ପରେ ଇରାନରେ ହଇଚଇ ସୃଷ୍ଟି ହୋଇଛି। ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଇରାନ ଲେବାନନର ହିଜବୁଲ୍ଲା ଏବଂ ଅନ୍ୟ ଆଞ୍ଚଳିକ ପ୍ରକ୍ସି ଗ୍ରୁପ୍ ସହ ନିରନ୍ତର ଯୋଗାଯୋଗରେ ରହିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଦେଶ ଭିତରେ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ତେହେରାନ ପକ୍ଷରୁ ସୂଚନା ଦିଆଯାଇଥିବା ଦୁଇ ଆଞ୍ଚଳିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ସୂଚନାଯୋଗ୍ୟ ଯେ ଇରାନ ହିଁ ହମାସ ଓ ହେଜବୁଲ୍ଲାର ମୁଖ୍ୟ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ । ହୁତି ବିଦ୍ରୋହୀମାନଙ୍କୁ ବି ଇରାନ ସମର୍ଥନ ଯୋଗାଇଥାଏ । ଇସ୍ରାଏଲ ଏସବୁ ଗୋଷ୍ଠୀଙ୍କୁ ନିପାତ କରୁଥିବାରୁ ତାହାକୁ ପରୋକ୍ଷରେ ଇରାନ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!