Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଂଲାଦେଶୀ ପର୍ଣ୍ଣ ଷ୍ଟାରଙ୍କୁ ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
September 27, 2024
in Crime, NATIONAL NEWS
ବାଂଲାଦେଶୀ ପର୍ଣ୍ଣ ଷ୍ଟାରଙ୍କୁ ବାନ୍ଧିଲା ପୁଲିସ
272
VIEWS
Share on FacebookShare on Twitter

ମହାରାଷ୍ଟ୍ର, (ବାଘୁଆବାର୍ତ୍ତା): ବେଆଇନ ଭାବେ ଭାରତରେ ରହୁଥିବା ଅଭିଯୋଗରେ ବାଂଲାଦେଶୀ ପର୍ଣ୍ଣ ଷ୍ଟାର ରିୟା ବର୍ଡେ ଓରଫ ଆରୋହୀ ବର୍ଡେ ଓରଫ ବନ୍ନା ଶେଖଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ମୁମ୍ବାଇଠାରୁ ପ୍ରାୟ ୫୦ କିମି ଦୂର ଉଲ୍ଲାସନଗରର ହିଲ୍ ଲାଇନ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ରିୟା ବର୍ଡେ ବାଂଲାଦେଶୀ ହୋଇଥିବା ବେଳେ ନକଲି କାଜଗପତ୍ର ଦେଇ ଭାରତରେ ରହୁଛନ୍ତି। କେବଳ ସେ ନୁହନ୍ତି, ତାଙ୍କ ସହିତ ତାଙ୍କ ମା’, ଭଉଣୀ ଓ ଭାଇ ମଧ୍ୟ ବେଆଇନ ଭାବେ ଭାରତରେ ରହୁଛନ୍ତି। ରିୟାଙ୍କ ବ୍ୟତୀତ ପୁଲିସ ତାଙ୍କ ମା’ ଅଞ୍ଜଳି ବର୍ଡେ ଓରଫ ରୁବି ଶେଖ, ବାପା ଅରବିନ୍ଦ ବର୍ଡେ, ଭାଇ ରବୀନ୍ଦ୍ର ଓରଫ ରିୟାଜ ଶେଖ ଓ ଭଉଣୀ ରିତୁ ଓରଫ ମୋନି ଶେଖଙ୍କ ନାଁରେ ମାମଲା ରୁଜୁ କରିଛି। ତାଙ୍କ ବାପାମା’ ଏବେ କତାରରେ ଥିବା ଜଣାପଡ଼ିଛି। ହେଲେ ତାଙ୍କ ଭାଇ ଓ ଭଉଣୀ ଫେରାର ହୋଇଯାଇଛନ୍ତି। ରିୟା ଭାରତୀୟ ନୁହନ୍ତି ଓ ସେ ବେଆଇନ ଭାବେ ଭାରତରେ ରହୁଛନ୍ତି ବୋଲି ତାଙ୍କ ବନ୍ଧୁ ପ୍ରଶାନ୍ତ ମିଶ୍ରା ପୁଲିସରେ ଅଭିଯୋଗ କରିଥିଲେ। ଏହା ପୁଲିସ ରିୟାଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲା ଓ ପୂରା କାରସାଦି ସାମ୍ନାକୁ ଆସିଥିଲା। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ଯେ ରିୟାଙ୍କ ମା’ ଅଞ୍ଜଳି ବର୍ଡେ ଓରଫ ରୁବି ଶେଖ ଜଣେ ବାଂଲାଦେଶୀ। ସେ ନିଜକୁ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଦାବି କରି ମହାରାଷ୍ଟ୍ରର ଅମରାବତୀର ଅରବିନ୍ଦ ବର୍ଡେଙ୍କୁ ବାହା ହୋଇଥିଲେ। ଏହା ପରେ ଅରବିନ୍ଦ ବର୍ଡେଙ୍କ ଜରିଆରେ ନିଜ ପାଇଁ ତଥା ନିଜର ତିନି ଛୁଆଙ୍କ ପାଇଁ ନକଲି ଜନ୍ମ ପ୍ରମାଣପତ୍ର ତଥା ଅନ୍ୟାନ୍ୟ ଜରୁରୀ କାଗଜପତ୍ର ତିଆରି କରିଥିଲେ। ସେହି ନକଲି କାଗଜପତ୍ର ଜରିଆରେ ସେ ଓ ତାଙ୍କ ପିଲାମାନେ ଭାରତୀୟ ନାଗରିକ ଦର୍ଶାଇ ଭାରତୀୟ ପାସପୋର୍ଟ ମଧ୍ୟ ହାତେଇଥିଲେ। ପୁଲିସ୍ କହିଛି ଯେ ପୂର୍ବରୁ ମଧ୍ୟ ଥରେ ସେମାନେ ରିୟା ବର୍ଡେଙ୍କୁ ଗିରଫ କରିଥିଲେ। ବେଶ୍ୟାବୃତ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!