Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କୁଲର ଉନ୍ନତି ପାଇଁ ଛାତ୍ରଙ୍କୁ ବଳି, ୩ ଶିକ୍ଷକ ସମେତ ୫ ଗିରଫ

by ସଞ୍ଜୟ ସ୍ୱାଇଁ
September 27, 2024
in Crime, NATIONAL NEWS
ସ୍କୁଲର ଉନ୍ନତି ପାଇଁ ଛାତ୍ରଙ୍କୁ ବଳି, ୩ ଶିକ୍ଷକ ସମେତ ୫ ଗିରଫ
100
VIEWS
Share on FacebookShare on Twitter

ଉତ୍ତର ପ୍ରଦେଶ, (ବାଘୁଆବାର୍ତ୍ତା): ସ୍କୁଲର ଉନ୍ନତି ପାଇଁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ଦିଆଯାଇଛି ବଳି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରସଗାଓଁରେ। ମୃତ ଛାତ୍ରଙ୍କ ନାଁ କୃତାର୍ଥ କୁଶୱାହା। ସେ ରସଗାଓଁର ଡିଏଲ ପବ୍ଳିକ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଡିଏଲ ପବ୍ଳିକ ସ୍କୁଲର ମାଲିକ ଯଶୋଧନ ସିଂହ ଓ ତାଙ୍କ ପୁଅ ତଥା ସ୍କୁଲର ନିର୍ଦ୍ଦେଶକ ଦୀନେଶ ସିଂହ। ଗିରଫ ଅନ୍ୟ ତିନି ଅଭିଯୁକ୍ତ ହେଉଛନ୍ତି ସ୍କୁଲର ଶିକ୍ଷକ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଶୋଧନ ସିଂହ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରନ୍ତି। ତେଣୁ ସ୍କୁଲର ଉନ୍ନତି ପାଇଁ ସେ ଶିଶୁ ବଳି ଦେବା ପାଇଁ ଚାହୁଁଥିଲେ। ଯୋଜନା ମୁତାବକ ଅଭିଯୁକ୍ତମାନେ ସ୍କୁଲ ବାହାରେ ଏକ ନଳକୂଅ ନିକଟରେ କୃତାର୍ଥଙ୍କୁ ମାରିଥା’ନ୍ତେ। କିନ୍ତୁ ସେମାନେ ତାଙ୍କୁ ହଷ୍ଟେଲରୁ ଉଠାଇ ନେଉଥିବା ବେଳେ ସେ ଚିତ୍କାର କରିଥିଲେ। ସେଥିପାଇଁ ଅଭିଯୁକ୍ତମାନେ ସେହିଠାରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ସ୍କୁଲ ପାଖରୁ ଗୁଣିଗାରେଡିରେ ବ୍ୟବହୃତ କିଛି ଜିନିଷ ପାଇଥିଲା। ପୁଲିସ ସେଗୁଡ଼ିକୁ ଜବତ କରିଛି। କୃତାର୍ଥଙ୍କ ବାପା କୃଷ୍ଣ କୁଶୱାହା କହିଛନ୍ତି ଯେ ସୋମବାର ସକାଳେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଫୋନ୍ କରିଥିଲେ। ତାଙ୍କ ପୁଅ ଅସୁସ୍ଥ ହୋଇପଡ଼ିଥିବା ସେମାନେ କହିଥିଲେ। ଖବର ପାଇବା ପରେ ସେ ହଷ୍ଟେଲରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ କର୍ମଚାରୀମାନେ କହିଥିଲେ ଯେ ତାଙ୍କ ପୁଅଙ୍କୁ ସ୍କୁଲର ନିର୍ଦ୍ଦେଶକ ନିଜ କାରରେ ଡାକ୍ତରଖାନା ନେଇ ଯାଇଛନ୍ତି। ପୁଅକୁ ସାଦାବାଦ ନିଆଯାଇଥିବା ଜାଣିବା ପରେ ସେ ସେଠାକୁ ଯାଇଥିଲେ। ସେଠାରେ ସ୍କୁଲ ନିର୍ଦ୍ଦେଶକଙ୍କ କାରରେ ତାଙ୍କ ପୁଅ କୃତାର୍ଥର ମୃତଦେହ ପଡ଼ିଥିଲା ବୋଲି ସେ କହିଛନ୍ତି। କୃତାର୍ଥଙ୍କୁ ସେପ୍ଟେମ୍ବର ୨୨ ତାରିଖ (ରବିବାର) ରାତିରେ ହତ୍ୟା କରାଯାଇଥିଲା। ତେବେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ ତାରିଖରେ ଆଉ ଜଣେ ଛାତ୍ରଙ୍କୁ ବଳି ଦେବାକୁ ପ୍ରୟାସ କରିଥିଲେ। କିନ୍ତୁ ସେମାନେ ବିଫଳ ହୋଇଥିଲେ ବୋଲି ପୁଲିସକୁ କହିଥିବା ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!