ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ ରଙ୍ଗଣିପାଟଣା ଗ୍ରାମର ତୋଟା ସାହିରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ରଙ୍ଗଣିପାଟଣା ଗ୍ରାମର ବିଶ୍ୱନାଥ ସାହୁଙ୍କ ପୁଅ ଚିତରଞ୍ଜନ ସାହୁଙ୍କ ଘରେ ଚଢ଼ଉ କରାଯାଇ ଚାରି ଲକ୍ଷ ଟଙ୍କାର କାଠ ଜବତ କରାଯାଇଛି ।
ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଜି.ଶୀନୁଙ୍କ ଉପସ୍ଥିତିରେ କାଠ ଜବତ କରାଯାଇଛି । ଏହି ଚଢ଼ାଉରେ ଓଡ଼ଗାଁ ରେଞ୍ଜର ନିଖଳେସ ମଲ୍ଲିକ, ଫରେଷ୍ଟର ସରିତା ବରାଡ଼, ଫରେଷ୍ଟ ଗାର୍ଡ ସୌମ୍ୟରଞ୍ଜନ ଦଳେଇ, ଉଦ୍ଧବ ପ୍ରଧାନ, ଦିଲ୍ଲୀପ ପ୍ରଧାନ ଓ ଦିପ୍ତିମୟୀ ରାଉତ ପ୍ରମୁଖ ସାମିଲ ହୋଇଥିଲେ । ବନ ବିଭାଗ ପକ୍ଷରୁ ଚିତରଞ୍ଜନ ସାହୁଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।





