Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଶାସନିକ କଲମ ମୁନରେ କ୍ଷତିଗ୍ରସ୍ତ ଆଦିକନ୍ଦ

ନ୍ୟାୟ ପାଇଁ ୪୦ ବର୍ଷର ଲଢ଼େଇ

by ସଞ୍ଜୟ ସ୍ୱାଇଁ
November 3, 2020
in Nayagarh
ପ୍ରଶାସନିକ କଲମ ମୁନରେ କ୍ଷତିଗ୍ରସ୍ତ ଆଦିକନ୍ଦ
272
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲ ଅନ୍ତର୍ଗତ ଚୈତନ୍ୟପୁର ଗ୍ରାମର ଜଣେ ହରିଜନ ପ୍ରଜା ୧୯୯୦ ମସିହାରେ ହୋଇଥିବା ବେବନ୍ଦୋବସ୍ତ ବ୍ୟବସ୍ଥାରେ ପ୍ରଶାସନିକ କଲମ ମୁନରେ କ୍ଷତିଗ୍ରସ୍ତ ତଥା ସବ୍ୱର୍ଶାନ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରଜା ଜଣଙ୍କ ହରାଇଥିବା ସମ୍ପତ୍ତିକୁ ଫେରି ପାଇବାକୁ ପୁରୀରୁ ନୟାଗଡ଼ ପର୍ଯ୍ୟନ୍ତ ଦୌଡ଼ିବା ପରେ ଏବେ ନିରୁପାୟ ହୋଇ ପଡ଼ିଛନ୍ତି । ସୂଚନାନୁସାରେ, ଖଣ୍ଡପଡ଼ା ତହସିଲ୍ ଅନ୍ତର୍ଗତ ବଡ଼ବାଣପୁର ନିକଟସ୍ଥ ଚୈତନ୍ୟପୁର ଗ୍ରାମର ନରସିଂହ ନାୟକଙ୍କ ପୁଅ ଆଦିକନ୍ଦ ନାୟକ ବୟସର ଅପରାହ୍ନରେ ପହଂଚିଥିବା ବେଳେ ଦୀର୍ଘ ୪୦ ବର୍ଷ ଧରି ହରାଇଥିବା ନିଜ ସଂମ୍ପତ୍ତିକୁ ଫେରିବା ପାଇଁ ସଂଗ୍ରାମ ଚଳାଇ ଚାଲିଛନ୍ତି । ତାଙ୍କର ଅଭିଯୋଗ ଅନୁସାରେ, ଆଦିକନ୍ଦଙ୍କ ଜେଜେ ତଥା ନରସିଂହ ନାୟକଙ୍କ ବାପା ମହନ ନାୟକଙ୍କ ନାମରେ ଚୈତନ୍ୟପୁର ତଥା ଆଖପାଖ ଅଂଚଳରେ ୧୮ ଏକର ଜାଗା ରହିଥିଲା । ଉକ୍ତ ଜାଗା ସବୁକୁ କଣ୍ଟିଲୋ ହରିସୁବୁଦ୍ଧିପାଟଣା ଗ୍ରାମର ଚୈତନ୍ୟ ସାହୁଙ୍କ ପୁଅ ନରୋତ୍ତମ ସାହୁ, ବିରଞ୍ôଚ ସାହୁ, ପ୍ରଫୁଲ ସାହୁ ଚକ୍ରାନ୍ତ କରି ନିଜ ହେପାଜତକୁ ନେଇ ଯାଇଥିଲେ । ଏହି ଜାଗାକୁ ସମୟକ୍ରମେ ଉକ୍ତ ତିନି ଭାଇ ନିଜ ନାମରେ ପଟ୍ଟା କରି ନେଇଥିବା ବେଳେ ତାଙ୍କୁ ତହସିଲ କର୍ମଚାରୀମାନେ ସହଯୋଗ କରିଥିଲେ । ସେତେବେଳେ ନୟାଗଡ଼ ଜିଲ୍ଲା ହୋଇନଥିବାରୁ ଏହା ପୁରୀ ଜିଲ୍ଲାର ଅଂଶ ଥିଲା । ଏଣୁ ଏହାର କାଗଜାତ ବାହାର କରିବା ଏବଂ ନ୍ୟାୟ ପାଇବା ପାଇଁ ଆଦିକନ୍ଦ ଏବଂ ତାଙ୍କ ପôତୀ ଦୀର୍ଘବର୍ଷ ଧରି ପୁରୀରୁ ନୟାଗଡ଼ ଯାଏଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ କିଛିଦିନ ତଳେ ନୟାଗଡ଼ ସାମ୍ବାଦିକ ଭବନ ପାହାଚରେ ବସି ନ୍ୟାୟ ମାଗିଛନ୍ତି । ଆଦିକନ୍ଦଙ୍କ କହିବାନୁସାରେ, ଉକ୍ତ ୩ ଭାଇଙ୍କ ମଧ୍ୟରୁ ବିରଞ୍ôଚ ଏବଂ ନରୋତ୍ତମଙ୍କ ପରଲୋକ ଘଟିଥିବା ବେଳେ ତାଙ୍କର ପରପୀଢ଼ି ଏହି ଜାଗାକୁ ନିଜ ଅକ୍ତିଆରକୁ ନେଇ ବେଆଇନ ଭାବେ ଅନ୍ୟଲୋକଙ୍କୁ ବିକ୍ରି କରି ସାରିଲେଣି । ଏପରିକି ଆଦିକନ୍ଦ ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିବା ପରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାର ଭୟ ଦେଖା ଯାଇଛି । ଯାହାକୁ ନେଇ ବେଶ କିଛି ବର୍ଷ ହେବ ଆଦିକନ୍ଦଙ୍କ ପୁଅମାନେ ବାହାରକୁ ଚାଲି ଯାଇଥିବା ବେଳେ ଆଦିକନ୍ଦ ଖଣ୍ଡପଡ଼ା ବନମାଳୀପୁର ନିକଟସ୍ଥ ଜାମୁସାହିରେ ଥିବା ତାଙ୍କ ପୁତୁରା ବରଜ ନାୟକଙ୍କ ଘରେ ଆଶ୍ରୟ ନେଇଛନ୍ତି । ଉଭୟ ପତି, ପôତୀ ଆଖିଛଳ ଛଳ ଅବସ୍ଥାରେ ଗଣମାଧ୍ୟମ ଆଗରେ ଗୁହାରୀ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ବୟସାଧିକ କାରଣରୁ ଚାଲିବାକୁ ବଳ ନଥିବା ବେଳେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି । ଅନ୍ୟପକ୍ଷେ, ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟରେ ଏନେଇ ଆଦିକନ୍ଦ ବହୁବାର ଅଭିଯୋଗ କରିଥିବା ବେଳେ ଜମି ଜାଲିଆତିରେ ସଂପୃକ୍ତ କିଛି କର୍ମଚାରୀ ତହସିଲଦାରଙ୍କ ବିଚାର ପକ୍ରିୟାକୁ ଭ୍ରମାନ୍ତକ କରିଥିବା ନେଇ ଆଦିକନ୍ଦ ଅଭିଯୋଗ କରିଛନ୍ତି । ତାଙ୍କୁ ସୂଚନା ନଦିଆଯାଇ ତାରିଖ ଗଡ଼ାଇ ଦିଆ ଯିବା ସହ ମାମଲାକୁ ଚପାଇ ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଚକ୍ରାନ୍ତରେ କିଛି ସ୍ଥାନୀୟ ବ୍ୟକ୍ତି ମଧ୍ୟ ସାମିଲ ଥିବା ସେ କହିଛନ୍ତି । ଜିଲ୍ଲା ପ୍ରଶାସନ ଆଦିକନ୍ଦଙ୍କ ବିରୁଦ୍ଧରେ ହୋଇଥିବା ଏହି ବଡ଼ ଷଡ଼ଯନ୍ତ୍ର ଏବଂ ଜମି ଜାଲିଆତିର ସ୍ୱତନ୍ତ୍ର ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!