Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୮ ବର୍ଷୀୟ କ୍ରିକେଟର ରଚିଲେ ଇତିହାସ

by ସଞ୍ଜୟ ସ୍ୱାଇଁ
September 25, 2024
in NATIONAL NEWS, Sports
୧୮ ବର୍ଷୀୟ କ୍ରିକେଟର ରଚିଲେ ଇତିହାସ
85
VIEWS
Share on FacebookShare on Twitter

ଗୁଜରାଟ, (ବାଘୁଆବାର୍ତ୍ତା): ଇତିହାସ ରଚିଛନ୍ତି ୧୮ ବର୍ଷୀୟ କ୍ରିକେଟର ଦ୍ରୋଣ ଦେଶାଇ। ସେ ମଣିନଗରର ଜେଏଲ ଇଂଲିଶ ସ୍କୁଲ ବିପକ୍ଷରେ ମାରିଛନ୍ତି ୪୯୮ ରନ। ଗୁଜରାଟର ଗାନ୍ଧିନଗରରେ ଥିବା ଶିବାୟ କ୍ରିକେଟିଂ କ୍ଲବରେ ଚାଲିଥିବା ଡିୱାନ ବାଲୁଭାଇ କପ(ଅଣ୍ଡର-୧୯)ରେ ସେ ଏପରି ବଡ଼ ଇନିଂସ ଖେଳିଛନ୍ତି। ସେ ୪୯୮ ରନ କରି ଆଉଟ ହେବା ପରେ ୫୦୦ ଠାରୁ ମାତ୍ର ୨ ରନ ପଛରେ ରହି ଯାଇଥିବା ଅନୁଭବ କରିଥିଲେ। ତେବେ ୧୮ ବର୍ଷ ବୟସରେ ସେ ୪୯୮ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଗୁଜରାଟରେ ଆଜି ଯାଏ ଖେଳା ଯାଇଥିବା ଅନ୍ତଃସ୍କୁଲ କ୍ରିକେଟରେ ସର୍ବାଧିକ ରନ ସ୍କୋରର ହୋଇଯାଇଛନ୍ତି। ସେହିପରି ଭାରତ ପାଇଁ ସେ ତୃତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। ଦ୍ରୋଣଙ୍କ ସହ ତୃତୀୟ ସ୍ଥାନରେ ଅରମାନ ଜାଫର ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ଉପରେ ପ୍ରଣବ ଧନାୱାଡେ ଓ ପୃଥ୍ୱୀ ଶ’ ଅଛନ୍ତି। ଦ୍ରୋଣ ୪୧୮ କରିବା ପାଇଁ ପଡ଼ିଆରେ ୩୭୨ ମିନିଟ ସମୟ ଅତିବାହିତ କରିଥିଲେ। ସେ ୩୨୦ଟି ବଲର ସାମ୍ନା କରି ୮୬ଟି ଚୌକା ଓ ୭ଟି ଛକା ମାରିଛନ୍ତି। ସେ ୫୦୦ ଠାରୁ ୨ ରନ ପଛରେ ଥିବା ବେଳେ କରନ ମେଜିୟାତ୍ରଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ଦ୍ରୋଣଙ୍କ ବ୍ୟତୀତ ସେଣ୍ଟ ଜାଭିୟର ଲୟୋଲା ହଲ ଆମାସ ପାଇଁ ହେତ ଦେଶାଇ ୯୮ ବଲରେ ୧୪୮ ଓ ଅଧିନାୟକ ବିରାଜ ତାଲାତି ୯୩ ବଲରେ ଅପରାଜିତ ୧୦୪ ରନ କରିଛନ୍ତି। ଫଳରେ ଦଳ ପ୍ରଥମ ଇନିଂସରେ ୭ ୱିକେଟ ହରାଇ ବିଶାଳ ୮୪୪ ରନ କରିବା ପରେ ପାଳି ଘୋଷଣା କରିଥିଲା। ଏହା ପୂର୍ବରୁ ଦଳ ଜେଏଲ ଟିମକୁ ପ୍ରଥମ ଇଂନିସରେ ମାତ୍ର ୪୦ ରନରେ ଅଲଆଉଟ କରି ଦେଇଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଜେଏଲ ଦଳ କେବଳ ୯୨ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସେଣ୍ଟ ଜାଭିୟର ମ୍ୟାଚ୍‌କୁ ଗୋଟିଏ ଇନିଂସ ଓ ୭୧୨ ରନରେ ଜିତି ନେଇଛି। ସେଣ୍ଟ ଜାଭିୟର ପାଇଁ ବୋଲିଂରେ ଦକ୍ଷୀଣ ଶର୍ମା କମାଲ କରିଛନ୍ତି। ସେ ମ୍ୟାଚ୍‌ ୫୩ ରନ ଦେଇ ୯ଟି ୱିକେଟ ଦଖଲ କରିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!