Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକ ନାମରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ତଣ୍ଟି ଚିପି ମାରିଦେଲେ

by ସଞ୍ଜୟ ସ୍ୱାଇଁ
September 24, 2024
in Crime, NATIONAL NEWS
ଶିକ୍ଷକ ନାମରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ତଣ୍ଟି ଚିପି ମାରିଦେଲେ
161
VIEWS
Share on FacebookShare on Twitter

ଗୁଜରାଟ, (ବାଘୁଆବାର୍ତ୍ତା): ଗୁଜରାଟର ଏକ ସ୍କୁଲରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ନୀତି-ଆଦର୍ଶର ଶିକ୍ଷା ଦେଉଥିବା ଗୁରୁ ଅପରାଧର ସବୁ ସୀମା ଲଙ୍ଘି ଯାଇଛନ୍ତି। ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଅତି ନିର୍ମମ ଭାବେ ତଣ୍ଟିଚିପି ହତ୍ୟା କରିଛନ୍ତି। ସ୍କୁଲ୍ ପରିସରରୁ 6 ବର୍ଷର ଝିଅର ମୃତଦେହ ମିଳିବା ପରେ ପୁଲିସ ତଦନ୍ତ କରି ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ବରିଷ୍ଠ ପୁଲିସ ଅଧିକାରୀ ରାଜଦୀପ ସିଂହ ଝାଲାଙ୍କ କହିବା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ (୬ ବର୍ଷ)ଙ୍କ ମୃତଦେହ ତାଙ୍କ ବିଦ୍ୟାଳୟ ପରିସରରୁ ମିଳିଥିଲା। ପୋଷ୍ଟମର୍ଟମରୁ ଜଣାପଡିଥିଲା ଯେ, ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି। ଫଳରେ ପୁଲିସ ଏକ ମାମଲା ରୁଜୁ କରିବା ସହ ୧୦ଟି ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ଝିଅଟିର ମାଆ ପୁଲିସକୁ କହିଥିଲେ ଯେ, ସେ ପ୍ରତିଦିନ ତାଙ୍କ ପ୍ରିନ୍ସିପାଲ ଗୋବିନ୍ଦ ନାଟଙ୍କ ସହ ସ୍କୁଲ୍ ଯାଆନ୍ତି। ଘଟଣା ଦିନ ମଧ୍ୟ ଗୋବିନ୍ଦ ସାର୍ ୧୦ଟା ୩୦ ସମୟରେ ଛାତ୍ରୀଙ୍କୁ ସ୍କୁଲକୁ ନେଇଥିଲେ। ପୁଲିସ ତାଙ୍କୁ ପଚାରିବାରୁ ପ୍ରିନ୍ସିପାଲ ତାଙ୍କୁ ସ୍କୁଲରେ ଛାଡ଼ି ଅନ୍ୟ ଏକ କାମରେ ଯାଇଥିବା କହିଥିଲେ। କିନ୍ତୁ ପ୍ରଧାନଶିକ୍ଷକଙ୍କ ଫୋନ୍ ଲୋକେସନରୁ ଜଣାପଡ଼ିଥିଲା ଯେ, ସେ ଘଟଣା ଦିନ ବିଳମ୍ବରେ ସ୍କୁଲରେ ପହଞ୍ଚିଥିଲେ। ଫଳରେ ପୁଲିସର ସନ୍ଦେହ ବଢିଥିଲା। ତାଙ୍କୁ ଅଧିକ ଜେରା କରିଥିଲେ। ଜେରା ସମୟରେ ସବୁ ସତ ଓଗାଳିଛନ୍ତି ଅଭିଯୁକ୍ତ ପ୍ରିନ୍ସିପାଲ ଗୋବିନ୍ଦ ନାଟ। ପୁଲିସ ଅଧିକାରୀ ରାଜଦୀପ ସିଂହ କହିଛନ୍ତି ଯେ, ପ୍ରିନ୍ସିପାଲ ଗୋବିନ୍ଦ ନାଟ ଛାତ୍ରୀଙ୍କୁ ସ୍କୁଲ୍ ନ ନେଇ ଅନ୍ୟ ଏକ ସ୍ଥାନକୁ ନେଇଥିଲେ। ସେଠାରେ କାର୍ ମଧ୍ୟରେ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଫଳରେ ସେ ଜୋରରେ ଚିତ୍କାର କରିଥିଲେ। ପାଟି ଚୁପ୍ କରାଇବା ପାଇଁ ପ୍ରିନ୍ସିପାଲ ଛାତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ କାରରେ ରଖି ତାଲା ପକାଇ ସ୍କୁଲକୁ ଯାଇଥିଲେ। ସ୍କୁଲ୍ ଛୁଟି ହେବା ପରେ ସନ୍ଧ୍ୟା ୫ଟାରେ ସ୍କୁଲ୍ ପଛ ପଟେ ମୃତଦେହ ଫିଙ୍ଗି ବ୍ୟାଗ୍ ଏବଂ ଜୋତାକୁ ଶ୍ରେଣୀ ଗୃହ ସମ୍ମୁଖରେ ପକାଇ ଘରକୁ ଚାଲି ଯାଇଥିଲେ। ଏସବୁ ସତ ନିଜେ ସ୍ୱୀକାର କରିଛନ୍ତି ପ୍ରିନ୍ସିପାଲ ଗୋବିନ୍ଦ ନାଟ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଭିଯୁକ୍ତ ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଭାରତ ନ୍ୟାୟ ସଂହିତା ଏବଂ ପକ୍ସୋ ଆକ୍ଟ ଆଧାରରେ କଡ଼ା ଦଫା ଲାଗିଛି। ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ରାଜ୍ୟ ଶିକ୍ଷା ମନ୍ତ୍ରୀ କୁବେର ଡିନ୍ଦୋର ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ସେ କହିଛନ୍ତି। ଏଥିସହ ଏପରି ଘଟଣାର କିପରି ପୁନରାବୃତ୍ତି ନ ହେବ ଏବଂ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ, ସେନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!