ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଆଜି ରଣପୁରର ବରିଷ୍ଠ କଂଗ୍ରେସ ନେତା ଧ୍ରୁବଚରଣ ପରିଡାଙ୍କୁ ନୟାଗଡ଼ ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମକୁ ଜଣାଇବା ସହ ଶ୍ରୀ ପରିଡାଙ୍କୁ ସ୍ୱାଗତ କରିଛନ୍ତି । ଜିଲ୍ଲାରେ କିଷାନ ମଜଦୁର ସଂଗଠନକୁ ବ୍ୟାପକ କରାଯିବା ସହ ମୋଦି ସରକାରଙ୍କ କୃଷକ ବିରୋଧୀ କଳା କୃଷି ଆଇନ୍ ବିରୁଦ୍ଧରେ କଂଗ୍ରେସ କାର୍ଯ୍ୟ କରିବ । ନବନିଯୁକ୍ତ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପରିଡାଙ୍କୁ ରଣପୁର କଂଗ୍ରେସ ନେତ୍ରୀ ଶୁଭଶ୍ରୀ ପଣ୍ଡା କୃତଜ୍ଞତା ଜଣାଇଛନ୍ତି ।





