Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ପାଳିତ

by ସଞ୍ଜୟ ସ୍ୱାଇଁ
October 29, 2020
in Nayagarh
ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ପାଳିତ
563
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନାଟ୍ୟକାର ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ବଂଶୀଧର ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ଡ. ରଙ୍ଗନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱନାଥ ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡ. ପବିତ୍ର କୁମାର ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ପ୍ରଦ୍ୟୁନ୍ନ କୁମାର ସାହୁ, ସନ୍ତୋଷ ପ୍ରଧାନ, ହୁସେନ ଖାଁ, ପ୍ରଫେସର ନୀଳମାଧବ ବେହେରା, ବଂଶୀଧର ମହାବିଦ୍ୟାଳୟ ଅଧ୍ୟକ୍ଷ ହରପ୍ରସାଦ ରଣସିଂ, ଓଡ଼ିଶା ସାହିତ୍ୟ ଏକାଡେମୀ ନୟାଗଡ଼ ଜିଲ୍ଲା ସଦସ୍ୟ ଅଶୋକ କୁମାର ନାୟକ ପ୍ରମୂଖ ଯୋଗ ଦେଇଥିଲେ । ସ୍ୱର୍ଗତ ସାହୁ ଜଣେ ଅମାୟିକ ବ୍ୟକ୍ତିତ୍ୱ ଏବଂ ସାହିତ୍ୟ ଏବଂ ସମାଜ ପାଇଁ ତାଙ୍କର ଅନେକ ଅନୁଦାନ ରହିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିଭଳି ଭାବେ ଜଣେ ଜନପ୍ରିୟ ନେତା ଭାବେ ଅଂଚଳ ପାଇଁ ଯେଉଁ ସବୁ କାର୍ଯ୍ୟ କରି ଯାଇଛନ୍ତି, ତାହା ଆଜିବି ଜନମାନସରେ ଉଜ୍ଜିବିତ ହେଉଛି ବୋଲି ମତ ପ୍ରକାଶ ପାଇଥିଲା । ସମାଜସେବୀ ଶିବରାମ ମହାପାତ୍ରଙ୍କ ଦ୍ୱାରା ସଭା ପରିଚାଳନା ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି ଅବସରରେ ବଂଶୀଧର ଇଣ୍ଟରନ୍ୟାସନାଲ୍ ଫାଉଣ୍ଡସେନ୍ ଅଧ୍ୟକ୍ଷ ତଥା ସ୍ୱର୍ଗତ ସାହୁଙ୍କ ପୁତ୍ର ମନୋଜ କୁମାର ସାହୁ ଅନୁଷ୍ଠାନ ଦ୍ୱାର ଚଳିତ ବର୍ଷ କରାଯାଇଥିବା ଚାରା ବଣ୍ଟନ କାର୍ଯ୍ୟକ୍ରମ ଆଗାମୀ ବର୍ଷରେ ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡ. ସୁବୁଦ୍ଧିଙ୍କୁ ବଂଶୀଧର ସ୍ମୃତି ସମ୍ମାନ ୨୦୨୦ରେ ସମ୍ବର୍ଦ୍ଧିତ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!