ନୟାଗଡ଼, (ବାଘୁଆବାର୍ତ୍ତା): ଭାରତୀୟ ମଜୁଦୁର ସଂଘ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପଦର୍ଶନ କରାଯାଇଛି । ୪ଟି ଲେବର କୋର୍ଡ଼ରେ ଥିବା ଶ୍ରମ ବିରୋଧି ନୀତିକୁ ପ୍ରତ୍ୟାହାର କରାଯାଉ । ଗୁଜୁରାଟ ମଡେଲ୍ ଶ୍ରମ ସୁଦ୍ଧାରକୁ ତୁରନ୍ତ ରଦ୍ଦ କରାଯିବା, ସମସ୍ତ ପେନ୍ସନ୍ ସ୍କିମକୁ ପୁନଃ ବିଚାର କରି ଏନ୍ପିଏସ୍ ୯୫ ପେନ୍ସନ୍କୁ ସର୍ବନିମ୍ନ ୩ ହଜାର କରିବା, ପ୍ରବାସୀ ଶ୍ରମିକ ଆଇନକୁ ସଂଶୋଧନ ଓ କଡ଼ାକଡ଼ି ପାଳନ କରିବା ପ୍ରଭୃତି ଦାବିରେ ଆଜି ବିକ୍ଷୋଭ ପଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର ନେତୃତ୍ୱ ନେଇଥିଲେ ।





