ନୟାଗଡ଼, (ବାଘୁଆବାର୍ତ୍ତା): କଳା, ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲାର ପ୍ରମୂଖ ୨୫ ଜଣ କବିଙ୍କୁ ନେଇ ଅନ୍ଲାଇନ୍ ପାର୍ବଣ କବିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ଶିକ୍ଷାବିତ୍ ଜଗମୋହନ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇ ବେଦ, ବେଦାନ୍ତ, ପୂରାଣ ତଥା ସାହିତ୍ୟରେ ଦେବୀ ଉପାସନା ଆଧାରିତ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ କବି ରବି ଶତପଥୀ ଏବଂ କଥାକାର କବି ସ୍ତମ୍ଭକାର ଶତ୍ରୁଜିତ୍ ଅତିଥି କବି ଭାବେ ଯୋଗ ଦେଇ ଦେବୀ ଶୀର୍ଷକ କବିତା ପାଠ କରିଥିଲେ । ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତା ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ କବିତା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ କବିମାନେ ଯୋଗ ଦେଇ କବିତା ପାଠ କରିଥିଲେ । ଏହି କବିତା ଉତ୍ସବକୁ କବି ବିଶ୍ୱରଂଜନ ଷଡ଼ଙ୍ଗୀ ସଂଯୋଜନା କରିଥିଲେ ।





