Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜନୀତି ପଶାପାଲିରେ ‘ପରୀ’, ଘଟଣାର ଅନ୍ତରାଳେ….

by ସଞ୍ଜୟ ସ୍ୱାଇଁ
October 28, 2020
in Nayagarh
ରାଜନୀତି ପଶାପାଲିରେ ‘ପରୀ’, ଘଟଣାର ଅନ୍ତରାଳେ….
693
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପରୀ ହତ୍ୟାକାଣ୍ଡକୁ ବିତିଲାଣି ୪ ମାସ । ଜୁନ ୧୪ ତାରିଖରେ ଗାଁ ଦାଣ୍ଡରୁ ନିଖୋଜ ହୋଇଥିବା ପରୀର ୨୩ ତାରିଖରେ ଗଳିତ ଶବ ମିଳିଥିଲା । ୧୦ ଦିନ ଭିତରେ ପରୀକୁ କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ହତ୍ୟାକଲା ତାକୁ ନେଇ ସାରା ରାଜ୍ୟ ସନ୍ଦେହ ଘେରରେ । ପୁଲିସ ଏହି ଘଟଣାରେ ମେଂଚା ମେଂଚା ଲୋକଙ୍କୁ ଥାନାକୁ ଡାକିଛି, ଡ୍ରଗ୍ ସ୍ୱାର୍ଡ଼, ଫରେନସିକ୍ ଟିମ୍‌ର ସହାୟତା ନେଇଛି । ଏପରିକି ପରୀ ବାପା ଅଶୋକ ସାହୁ, ମାଆ, ବଡ଼ବାପା କୁବେର ସାହୁ ଏବଂ ବଡ଼ମାଆଙ୍କର ଲାଏ ଡିକ୍ଟେସନ୍ ଟେଷ୍ଟ କରିଛି । ତଦନ୍ତର ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏହା ପଛର ରହସ୍ୟ ଏବଂ ଅପରାଧି ପାଖରେ ପଂହଚିପାରି ନାହିଁ । ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖା ଯାଇଛି । ଯଦୁପୁର ଗ୍ରାମରେ ରାସ୍ତାରୋକ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ହୋଇଛି । ଆଜି ଦୁଇ ଜଣ ବ୍ୟକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ଏହି ଦୁଇ ବ୍ୟକ୍ତି ହେଲେ ଇଟାମାଟି ଥାନା ଅନ୍ତର୍ଗତ ବିରୁଡ଼ା ଗ୍ରାମର ଭୁବନ ହାତୀ ଏବଂ ଓଡ଼ଗାଁ ଥାନା ଦଣ୍ଡରୋ ଗ୍ରାମର ଶାନ୍ତନୁ ବିଶୋଇ । ହେଲେ ପ୍ରଶ୍ନ ଉଠୁଛି ଏହାକି ପରୀ ହତ୍ୟାକାଣ୍ଡ ଏବେ ରାଜନୀତି ପଶାପାଲିର ଏକ ଗୋଟି କାହିଁକି ସାଜିଛି । ସୂଚନାନୁସାରେ, ବିଜୁ ଜନତା ଦଳର ସମର୍ଥିତ ସ୍ଥାନୀୟ ସରପଂଚ ଇଂ ସୈାମ୍ୟରଂଜନ ପ୍ରଧାନ ଏହି ଘଟଣାକୁ ନେଇ ଅତ୍ୟଧିକ କ୍ରିୟାଶୀଳ ହୋଇଛନ୍ତି । ପରୀ ପରିବାରକୁ ନ୍ୟାୟ ଦାବିରେ ଶ୍ରୀଯୁକ୍ତ ପ୍ରଧାନ ନୀରବ ଯୁଦ୍ଧ ଆରମ୍ଭ କରିଥିବା ବେଳେ ତାଙ୍କ ସହିତ ଯୁବ ବିଜେପି ରାଜ୍ୟ ଉପସଭାପତି ସନ୍ତୋଷ ପ୍ରଧାନ ସାମିଲ ହୋଇଛନ୍ତି । ଯଦୁପୁରଠାରେ ହୋଇଥିବା ରାସ୍ତାରୋକ ଘଟଣା ପଛରେ ଏମାନଙ୍କ ହାତ ଥିବା ସନ୍ଦେହରେ ପୁଲିସ ଏମାନଙ୍କ ନାମରେ ମାମଲା ରୁଜୁ କରିଛି । ସେହିଭଳି ଭାବେ କଂଗ୍ରେସ ଜିଲ୍ଲା ସଭାପତି ଘଟଣାକୁ ନେଇ ବିକ୍ଷୋଭ ପଦର୍ଶନ କରିବା ଏବଂ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ତମାମ୍ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ପରୀ ହତ୍ୟାକାରୀକୁ ଗିରଫ ଏବଂ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଆଶା ବାନ୍ଧିଛନ୍ତି । ଅନ୍ୟ ଏକ ପକ୍ଷରେ ପୁଲିସର ସୂଚନା ମୁତାବକ, ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଂଚିଛି । ପୁଲିସ ବିଭାଗ ଯେତେ ଶୀଘ୍ର ଅଭିଯୁକ୍ତ ପାଖରେ ପହଂଚିବ, ସେତେ ଶୀଘ୍ର ଘଟଣାକୁ ନେଇ ଚାଲିଥିବା ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଅନ୍ୟ ଏକ ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ଘଟଣାରେ ଥାନା ଅଧିକାରୀ, ଏସ୍‌ଡିପିଓ ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କ ପାରଦର୍ଶିତା କେତେ ତାହା ପ୍ରମାଣିତ ହେବାକୁ ଥିବାରୁ ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଯେଉଁ ଉତ୍ସାହ ରହିଛି, ତାହାର ଅବସାନ ଘଟିବ ବୋଲି ଆଲୋଚନା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!