ନୟାଗଡ଼, (ବାଘୁଆବାର୍ତ୍ତା) : ୨୦୦୮ ମସିହା ମାଲକାନ୍ଗିରି ଜିଲ୍ଲାରେ ଘଟିଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ସହୀଦ୍ ହୋଇଥିବା ଟାଉନଥାନା ଅନ୍ତର୍ଗତ ଲେଙ୍କୁଡ଼ିପଡ଼ା ଗ୍ରାମର ସୁକାନ୍ତ ମହାନ୍ତିଙ୍କୁ ଆଜି ଟାଉନଥାନା ପକ୍ଷରୁ ସମ୍ମାନ ପ୍ରଦାନ କରିଛନ୍ତି । ସୁକାନ୍ତଙ୍କ ଫଟୋଚିତ୍ରରେ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି, ଏସ୍ଆଇ ସ୍ମୃତିରଂଜନ ମହାନ୍ତି ଏବଂ ଧର୍ମେନ୍ଦ୍ର ଶିଆଳଙ୍କ ସମେତ ଅନେକ ପୁଲିସ କର୍ମଚାରୀ ପୁଷ୍ପମାଲ୍ୟାର୍ପଣ କରି ସମ୍ମାନ ପ୍ରଦାନ କରିଛନ୍ତି ।





