Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିମନ୍ତ୍ରଣ ପତ୍ରରେ ନାଁ ନଥିବାରୁ ବିଧାୟକ କଲେ ତୁମ୍ବିତୋଫାନ

by ସଞ୍ଜୟ ସ୍ୱାଇଁ
September 22, 2024
in Feature News
ନିମନ୍ତ୍ରଣ ପତ୍ରରେ ନାଁ ନଥିବାରୁ ବିଧାୟକ କଲେ ତୁମ୍ବିତୋଫାନ
134
VIEWS
Share on FacebookShare on Twitter

ସୋନପୁର, (ବାଘୁଆବାର୍ତ୍ତା): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କ ନାମ ନ ଥିବାରୁ ଉତ୍ସବ ଆରମ୍ଭ ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଧାୟକଙ୍କ ସମର୍ଥକ ଓ ଭାଜପା କର୍ମକର୍ତ୍ତାମାନେ ଉତ୍ସବ ସ୍ଥଳରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଜାଣିଶୁଣି ଏଭଳି କରିଥିବା ବିଧାୟକଙ୍କ ସମର୍ଥକ ଅଭିଯୋଗ କରି ନାରାବାଜି କରିଥିଲେ। କାରଖାନା ପରିସର ଓ ଉତ୍ସବସ୍ଥଳ ହୁଲସ୍ତୂଲ ହୋଇଥିଲା। ଚେୟାର ଫିଙ୍ଗା ସହ ଜଣେ ଅଧିକାରୀଙ୍କୁ ମାଡ ମରାଯାଇଥିଲା। ଏଥିଯୋଗୁ ଜିଲା ଓ ଜିଲା ବାହାରୁ ଆସିଥିବା ଦୁଗ୍ଧଚାଷୀ ଭୟଭୀତ ହୋଇ କିଏ କେଉଁଆଡେ ପଳାଇଥିଲେ। ଓମ୍‌ଫେଡ୍‌ର ଅଧିକାରୀ ଓ କର୍ମଚାରୀ ଭୟରେ ଲୁଚିଥିଲେ। ସୋନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଖବର ପାଇବା ପରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସୁଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୌଦ୍ଧରୁ ଫେରିଯାଇଥିଲେ। ଉତ୍ସବ ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ବରବାଦ ହେଲା। ରାଜ୍ୟରେ ଭାଜପା ସରକାର ଚାଲିଥିବା ବେଳେ ନିମନ୍ତ୍ରଣପତ୍ରରେ ସ୍ଥାନୀୟ ଏମ୍‌ପି ଓ ବିଧାୟକଙ୍କ ନାମ ନ ରହିବା, ଭାଜପା କର୍ମୀଙ୍କ ହଙ୍ଗାମା ପାଇଁ ଉତ୍ସବ ବାତିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଜିଲା ସୋନପୁର ବ୍ଲକ୍‌ର କଳାପଥରଠାରେ ପ୍ରାୟ ୧୪କୋଟି ଟଙ୍କା ବ୍ୟୟରେ ଓମ୍‌ଫେଡ୍‌ ପକ୍ଷରୁ ଡେଏରୀ ପ୍ଲାଣ୍ଟ ନିର୍ମାଣ ହୋଇଛି। ଏଠାରେ ଦୁଗ୍ଧରୁ ଦହି, ଛେନା, ପନିର, ଲସି ଆଦି ପ୍ରସ୍ତୁତ ହୋଇ ବଜାରରେ ବିକ୍ରି ହେବା ପାଇଁ ଯୋଜନା ରହିଛି। ଏହା ଦ୍ୱାରା ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲାର ଦୁଗ୍ଧଚାଷୀ ଉପକୃତ ହେବେ। ଶନିବାର ଅପରାହ୍ନ ୪ଟାରେ ଏହି କାରଖାନାର ଉଦ୍‌ଘାଟନ ଉତ୍ସବ ଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ହୋର୍ଡିଂ ସବୁଠି ଲାଗିଥିଲା। ନିମନ୍ତ୍ରଣପତ୍ରରେ ବିଭାଗୀୟ ମନ୍ତ୍ରୀ ମଲ୍ଳିକ ମୁଖ୍ୟ ଅତିଥି, ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଓ ଓମ୍‌ଫେଡ୍‌ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ସମ୍ମାନିତ ଅତିଥିଭାବେ ଯୋଗଦେବେ ବୋଲି ଉଲ୍ଲେଖ ଥିଲା। ତେବେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଓ ବୀରମହାରାଜପୁର ବିଧାୟକ ଇଂ. ଜଗଦଲାଙ୍କ ନାମ ନିମନ୍ତ୍ରଣପତ୍ରରେ ନ ଥିଲା। ଏହା ଜାଣିବା ପରେ ଅପରାହ୍ନ ପ୍ରାୟ ୧ଟା ୩୦ରେ ବୀରମହାରାଜପୁର ବିଧାୟକଙ୍କ ଶତାଧିକ ସମର୍ଥକ ନବନିର୍ମିତ କାରଖାନା ପରିସରରେ ପହଞ୍ଚତ୍ ଗଣ୍ଡଗୋଳ ଆରମ୍ଭ କରିଥିଲେ। ସୋନପୁର ଆଇଆଇସି ରମେଶ ମହାନା ପୋଲିସ ଟିମ୍‌ ସହ ଉତ୍ସବ ସ୍ଥଳରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ। ଉତ୍ତେଜନାକୁ ଆଖି ଆଗରେ ରଖି କାରଖାନା ପରିସରରେ ପୋଲିସ ଟିମ୍‌କୁ ମୁତୟନ କରାଯାଇଛି। ଶନିବାର ଉଦ୍‌ଘାଟନ ଉତ୍ସବ ପାଇଁ ସଭା ମଞ୍ଚ ପ୍ରସ୍ତୁତ ସହ ୫୦୦ ଦୁଗ୍ଦଚାଷୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା। କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାରୁ ପ୍ରାୟ ୨୦୦ ଚାଷୀ ସଭାସ୍ଥଳରେ ପହଞ୍ଚତ୍ସାରିଥିଲେ। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଏ ସମ୍ପର୍କରେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କୁ ପଚାରିବାରୁ ଠିକ୍‌ ସମୟରେ ବର୍ଷାହେବାରୁ ଉତ୍ସବ କାର୍ଯ୍ୟକ୍ରମ ରବିବାର ଅପରାହ୍ନକୁ ଘୁଞ୍ଚିଥିବା କହିଥିଲେ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!