ନୟାଗଡ଼, (ବାଘୁଆବାର୍ତ୍ତା): ଇଣ୍ଡିଆନ୍ ମ୍ୟୁଜିକ୍ ପକ୍ଷରୁ ଶରଣକୂଳ ନିକଟସ୍ଥ ମା’ ଝାଡ଼େଶ୍ୱରୀଙ୍କ ପୀଠରେ କଂଣ୍ଠଶୀଳ୍ପି ପ୍ରଶାନ୍ତ ଦାଶଙ୍କ ଓଡ଼ିଆ ଭଜନ ‘କଳାଗୋସାଇଁ’ ଲୋକାର୍ପିତ ହୋଇଯାଇଛି । ଏହି ଗୀତର ସଂଗୀତ ନିର୍ଦ୍ଦେଶକ ଅଂଜନ କୁମାର ଏବଂ ଗୀତିକାର ସୁବାସ ନାୟକ ବୋଲି ସୂଚନା ମିଳିଛି । ଏହି ଲୋକାର୍ପଣ ଉତ୍ସବରେ ଶିକ୍ଷାବିତ୍ କିଶୋର ଚନ୍ଦ୍ର କର, ସମାଜସେବୀ ସୁଧାକର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ସୁବାସ ନାୟକ, ରବିନ୍ଦ୍ର ତ୍ରିପାଠୀ ପ୍ରମୂଖ ଉପସ୍ଥିତ ଥିଲେ । ଲଗାତର ଭାବେ ପ୍ରଶାନ୍ତ କଂଣ୍ଠ ସଂଗୀତ ଦର୍ଶକଙ୍କ ପାଖରେ ପହଂଚୁଥିବା ଜଣାଯାଇଛି ।





