ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ଅଂଚଳରେ ଲଗାତର ଭାବେ ଚୋରୀ ବଢ଼ି ଚାଲିଥିବା ଅଭିଯୋଗ ହେଉଛି । ସଦରଥାନା ଅନ୍ତର୍ଗତ ମାଳିସାହି ଅଂଚଳ ଏକ ଗ୍ରାମ ବହୁଳ ଅଂଚଳ ହୋଇଥିବା ବେଳେ ଏହି ଫାଣ୍ଡିରେ ଆବଶ୍ୟକୀୟ ପୁଲିସ କର୍ମଚାରୀ ନଥିବା ଏବଂ ପ୍ରେଟୋଲିଂ ଅଭାବ କାରଣରୁ ବାରମ୍ବାର ବିଭିନ୍ନ ଲୋକଙ୍କୁ ଘରୁ ଚୋରୀ ହେଉଥିବା ଅଭିଯୋଗ ହେଉଛି । କିଛିଦିନ ତଳେ ରାଇପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଚୋରୀ ହୋଇଥିବା ବେଳେ ରବିବାର ରାତିରେ ମଧୁବନ ଗ୍ରାମର କିଛି ବ୍ୟକ୍ତିଙ୍କ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ବ୍ୟବସ୍ଥାକୁ ଭୟ କରି ଚୋରୀର ଶୀକାର ହୋଇଥିବା ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇନଥିବା ବେଳେ ସବୁ ଜାଣି ପୁଲିସ ଅଜଣା ସାଜିଛି । ଅନ୍ୟପକ୍ଷେ, ଏହି ଅଂଚଳରେ ବାରମ୍ବାର ଚୋରୀ ପଛରେ ନିଶାଖୋରଙ୍କ ହାତ ଥିବା ଆଲୋଚନା ହେଉଛି । ଅଂଚଳରେ ମାତ୍ରଧିକ ନିଶା ବ୍ୟବସାୟ ଚାଲିଥିବାରୁ ଏଭଳି କାଣ୍ଡ ଘଟୁଥିବା ଚର୍ଚ୍ଚା ହେଉଛି ।






