ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟି ପୁଲିସ ଦ୍ୱାରା ଆଜି ପୁଣି ଦୁଇ ଜଣ ମଦ ବେପାରୀ ଗିରଫ ହୋଇଥିବା ଜଣାଯାଇଛି । ସୂଚନାନୁସାରେ, ଉକ୍ତ ଥାନା ଅନ୍ତର୍ଗତ ନାଟୁଗାଁ ଗ୍ରାମର ବିଦ୍ୟାଧର ପ୍ରଧାନ ଏବଂ ଦାଶରଥି ପ୍ରଧାନ ଏକ ବାଇକ ଯୋଗେ ୨୪ ବୋତଲ ବିୟର ଏବଂ ୩୩ ବୋତଲ ବିଦେଶୀ ମଦ ନେଇ ଯାଉଥିଲେ । କୈାଣସି ସୁତ୍ରରୁ ଖବର ପାଇ ପୁଲିସ ତାଙ୍କୁ ପିଛା କରି ଧରିଥିଲା । ଆଜି ଉଭୟଙ୍କୁ ଗିରଫ କରାଯିବା ସହ ମଦ ଜବତ କରାଯାଇଛି ।





