ଖଣ୍ଡପଡ଼ା, (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ସହରର ସୁଲେଖକ ତଥା ଅବସରପ୍ରାପ୍ତ ବ୍ୟାଙ୍କ ପ୍ରଶାସନିକ ଅଧିକାରୀ କୁଳମଣି ଷଡଙ୍ଗୀଙ୍କ ଦ୍ୱାରା ଲିଖିତ ୬ଷ୍ଠ ପୁସ୍ତକ ଏମିଲିଆ ଫର୍ଣ୍ଣାଡେଜ୍ ଖଣ୍ଡପଡା ଠାରେ ଦଶହରା ଅବସରରେ ଉନ୍ମୋଚିତ ହୋଇଯାଇଛି । ସୁପରିଚିତ ବିଶିଷ୍ଟ ଲେଖକ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର)ଙ୍କ କରକମଳରେ ଆୟୋଜିତ ପୁସ୍ତକ ଉନ୍ମୋଚିତ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଲେଖକ ଶ୍ରୀ ଷଡଙ୍ଗୀ ମେଘାଳୟରେ ରହିବା ସମୟରେ ସେଠାକାର ଅନୁଭୁତି, ଅଂଚଳବାସୀଙ୍କ ଚାଲିଚଳଣୀ ଓ ପ୍ରାକୃତିକ ସୈାନ୍ଦଯ୍ୟରେ ଭରପୁର ମେଘାଳୟ ସଂପର୍କରେ ଅନେକ କିଛି କଥାବସ୍ତୁକୁ ଉକ୍ତ ପୁସ୍ତକରେ ସ୍ଥାନ ଦେଇଥିବା ଜଣାପଡିଛି । ନୂତନ ପୁସ୍ତକଟି ପାଠକଙ୍କ ଦ୍ୱାରା ବେଶ ଆଦୃତ ଲାଭ କରିବ ବୋଲି ଶ୍ରୀ ଷଡଙ୍ଗୀ ଆଶାବାଦୀ ଥିବା ଜଣାଯାଇଛି ।





