Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା ପାଠ ପ୍ରତିଯୋଗୀତା

by ସଞ୍ଜୟ ସ୍ୱାଇଁ
October 24, 2020
in Nayagarh
ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା ପାଠ ପ୍ରତିଯୋଗୀତା
308
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପାର୍ବଣ ଅବସରରେ ନୟାଗଡ଼ ପ୍ରମୁଖ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ଆନୁକୁଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଜ୍ୟସ୍ତରୀୟ ଅନ୍‌ଲାଇନ କବିତା ପାଠ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଯୁକ୍ତ ଦୁଇ ଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ନିର୍ବାଚିତ ୧୮ଜଣ ଛାତ୍ରଛାତ୍ରୀ ‘ମାଟି’ ଶୀର୍ଷକ ସୂରଚିତ କବିତା ପାଠ କରିଥିଲେ । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଭାଷାବିତ୍‌, ସାହିତ୍ୟିକ ତଥା ପଶ୍ଚିମବଙ୍ଗର ଖଡ଼ଗପୁରଠାରେ ଥିବା ସରକାରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଡ଼.ଜଗମୋହନ ଆଚାର୍ଯ୍ୟ, ସମ୍ମାନୀତ ଅତିଥି କବି, ଶିକ୍ଷାବିତ ଅଧ୍ୟାପକ ଗଣେଶ୍ୱର ମିଶ୍ର, ୟୁନିଟେକ କଲେଜର ନିର୍ଦେଶ ପ୍ରଦୀପ କୁମାର ପୃଷ୍ଟି ଯୋଗଦେଇ ‘ତଥାସ୍ତୁ’ ଆନୁକୁଲ୍ୟରେ ଅନ୍‌ଲାଇନ ମାଧ୍ୟମରେ ଅନ୍ତର୍ଜତୀୟ, ଜାତୀୟ, ରାଜ୍ୟ ତଥା ଜିଲାସ୍ତରରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଏହି ଭଳି ବୌଦ୍ଧିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କର ସୃଜନଶୀଳତାର ବିକାଶ କରିବ ବୋଲି ସେମାନେ ମତପ୍ରକାଶ କରିଥିଲେ । ‘ତଥାସ୍ତୁ’ର ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠ ପ୍ରତିଯୋଗୀତାରେ କଥାକାର ହାଡ଼ିବନ୍ଧୁ ମହାଖୁଡ଼, ଦିଲ୍ଲୀପ ସାହୁ ଏବଂ ଶୁଭ୍ରାଂଶୁ ବିଶ୍ୱାଳ ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ କବିତା ଚୟନ କରିଥିଲେ । ପ୍ରତିଯୋଗୀତାରେ ଜ୍ୟୋର୍ତିମୟୀ ମହାପାତ୍ର ପ୍ରଥମ, ସୃଷ୍ଟି ସୌରଭ ମିଶ୍ର ଦ୍ୱିତୀୟ ଏବଂ ଅନନ୍ୟା ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅନ୍ୟପକ୍ଷରେ, ସୁନୀତା ଗୋଚ୍ଛାୟତ, ଶ୍ରଦ୍ଧାଞ୍ଜଳୀ ମହାନ୍ତି, କଳ୍ପନା ପ୍ରିୟଦର୍ଶନୀ, ସୌମ୍ୟା ସ୍ୱୟଂପ୍ରଭା, ସ୍ଥିତପ୍ରଜ୍ଞା ନାୟକ, ମୌସୁମୀ ସାହୁଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!