Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୪୭ ବର୍ଷର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ ଜୈସୱାଲ

by ସଞ୍ଜୟ ସ୍ୱାଇଁ
September 19, 2024
in NATIONAL NEWS, Sports
୧୪୭ ବର୍ଷର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ ଜୈସୱାଲ
254
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ କ୍ରିକେଟ ଟିମର ଓପନର ଯଶସ୍ୱୀ ଜୈସୱାଲ ପୁଣିଥରେ ଚମକିଛନ୍ତି। ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିପଦରୁ ଉଦ୍ଧାର କରିବା ସହ ଗୁରୁତ୍ୱପୂର୍ଣ୍ଣ ୫୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଯଶସ୍ୱୀ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷରେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ୧୪୭ ବର୍ଷର ଟେଷ୍ଟ କ୍ରିକେଟରେ ଯାହା ଘଟି ନଥିଲା, ସେକଥା କରିବାକୁ ସକ୍ଷମ ହୋଇଛନ୍ତି। ଯଶସ୍ୱୀ ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଘରୋଇ ପରିବେଶରେ ଖେଳା ଯାଇଥିବା ଟେଷ୍ଟ କ୍ରିକେଟର ପ୍ରଥମ ୧୦ଟି ଇନିଂସରେ ୭୫୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ଜର୍ଜ ହେଡଲୀଙ୍କ ନାଁରେ ଥିଲା। ସେ ୧୯୩୫ ମସିହାରେ ପ୍ରଥମ ୧୦ଟି ଇନିଂସରେ ୭୪୭ ରନ କରିଥିଲେ। ପାକିସ୍ତାନର ଜାଭେଦ ମିଆଁଦାଦ ୭୪୩ ରନ, ଜିମ୍ବାୱେର ଡାଭେ ହୌଗଟନ ୬୮୭ ରନ ଓ ୱେଷ୍ଟଇଣ୍ଡିଜର ସାର ଭିଭ ରିଚାର୍ଡସ ୬୮୦ ରନ କରିଥିଲେ। ହେଲେ ଏମାନଙ୍କୁ ଯଶସ୍ୱୀ ପଛରେ ପକାଇ ବିଶ୍ୱ ରେକର୍ଡ ସହ ୭୫୫ ରନ କରି ନେଇଛନ୍ତି। ଏଯାଏ ୯ଟି ଟେଷ୍ଟରେ ୧୬ଟି ଇନିଂସ ଖେଳିଥିବା ଯଶସ୍ୱୀ ଟେଷ୍ଟ କ୍ରିକେଟରେ ୧୦୨୮ ରନ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ଅପରାଜିତ ୨୧୪ ରନ। ଆଜି ବାଂଲାଦେଶ ବିପକ୍ଷରେ ଭାରତ ୩୪ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଯଶସ୍ୱୀ ଓ ଋଷଭ ପନ୍ତ ୬୨ ରନର ଭାଗିଦାରୀ କରିଥିଲେ। ଏହାପରେ ଯଶସ୍ୱୀ ୫ମ ୱିକେଟ ପାଇଁ କେଏଲ ରାହୁଲଙ୍କ ସହ ମଧ୍ୟ ୪୮ ରନ ଯୋଡ଼ିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!