Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ

by ସଞ୍ଜୟ ସ୍ୱାଇଁ
September 18, 2024
in Crime, State
ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ
97
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): ଚାକିରି ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇ ର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନଓ ଲିଲିମା ପ୍ରଧାନଙ୍କ ପକ୍ଷରୁ ସାରଙ୍ଗଡ଼ ଥାନାରେ ଅଭିଯୋଗ ପ୍ରକାରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ମାଷ୍ଟର ମାଇଣ୍ଡ ରଞ୍ଜିତ ପଟ୍ଟନାୟକ (ଜିତ୍)କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଗିରଫ କଲା ସାରଙ୍ଗଡ଼ ପୋଲିସ୍ । ଏଥିସହିତ ଦୁଇ ସହଯୋଗୀ କନ୍ଦର୍ପ ନାୟକକୁ ସାରଙ୍ଗଡ଼ରୁ ଗିରଫ କରିଥିବା ବେଳେ ଜ୍ୟୋତିପ୍ରକାଶ ଦଣ୍ଡସେନାକୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ଼ ପୋଲିସ୍ । ସୂଚନା ପ୍ରକାରେ ମାଷ୍ଟର ମାଇଣ୍ଡ ରଞ୍ଜିତ ପଟ୍ଟନାୟକର ପ୍ଲାନ୍ ମୁତାବକ ସାରଙ୍ଗଡ଼ରୁ କନ୍ଦର୍ପ ନାୟକ ଓ ତୁମୁଡ଼ିବନ୍ଧ ଅଞ୍ଚଳର ଜ୍ୟୋତିପ୍ରକାଶ ଦଣ୍ଡସେନା ସାରଙ୍ଗଡ଼ ଓ ବାଲିଗୁଡ଼ା ଅଞ୍ଚଳର ବହୁ ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜଣପିଛା ୭୦ ହଜାର ଟଙ୍କା ଲେଖାଏଁ ଠକି ନେଇଥିବା ସାରଙ୍ଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ରଞ୍ଜିତ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଏକ ଭଡ଼ାଘରେ ଅଫିସ ଖୋଲି ଯୁବକ, ଯୁବତୀଙ୍କ ଇଣ୍ଟରଭ୍ୟୁ ନେବାସହ ମିଛ ଅଫର୍ ଲେଟର ଦେଉଥିଲା । ଯୁବକ ଯୁବତୀଙ୍କ ଠାରୁ ଫୋନ୍ ପେ ମାଧ୍ୟମରେ ଟଙ୍କା ନେଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଚାକିରି ଦେବା ନାଁରେ ଠକେଇ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଥିବା ବିଷୟ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!