ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରାବରା ଗ୍ରାମ ପଂଚାୟତର ମଧୁକେଶ୍ୱର ୟୁଥ କ୍ଲବ ଗୃହ ଏବଂ ଖେଳପଡିଆ ନିମନ୍ତେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବହୁ ଦିନରୁ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଏକ ସ୍ଥାୟୀ କ୍ଲବ ଘର ଏବଂ ଖେଳପଡ଼ିଆ ନିମନ୍ତେ ଦାବି ହୋଇ ଆସୁଥିଲା । କରୋନା ମହାମାରୀ ମଧ୍ୟରେ ଉନ୍ନୟନ ମୂଳକ ତଥା ବିକାଶମୂଳକ କାର୍ଯ୍ୟକ୍ରମ ଧାରା ବଜାୟ ରହିବ ବୋଲି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିଥିଲେ । ଆଜି ଏହାର ପ୍ରତିଫଳନ ସ୍ୱରୂପ ୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ନିମନ୍ତେ ଶୁଭ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ରାବରା ଗ୍ରା.ପ ସରପଞ୍ଚ ବିଳାସିନୀ ସେନାପତି ଏବଂ ୟୁଥ କ୍ଲବର ସମସ୍ତ ସଦସ୍ୟଙ୍କ ସହ ବୁଦ୍ଧିଜୀବି ମଧ୍ୟ ଉପସ୍ଥିତ ଥିଲେ । ଯୁବକ ମାନଙ୍କର ଦୀର୍ଘ ଦିନର ଆଶା ପୁରଣ ହେଉଥିବାରୁ ସଦସ୍ୟମାନେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ଏଥି ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।






