ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳର ବହୁ ଚର୍ଚ୍ଚିତ ରାଧା ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତ ବୈକୁଣ୍ଠ ନାୟକକୁ ଆଜି ଓଡ଼ଗାଁ ପୁଲିସ ଗିରଫ କରିଛି । ସୂଚନାନୁସାରେ, ଗତବର୍ଷ ଓଡ଼ଗାଁ ଅଂଚଳ ରାଧାଙ୍କୁ ହତ୍ୟା କରାଯିବା ପରେ ମହାନଦୀରେ ଭସାଇ ଦିଆଯାଇ ଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବୈକୁଣ୍ଠ ଫେରାର ରହିଥିଲା । ନନ୍ଦିଘୋର ଛକ ନିକଟରେ ବୈକୁଣ୍ଠ ବାଇକ ଯୋଗେ ଫେରୁଥିବା ବେଳେ ଓଡ଼ଗାଁ ପୁଲିସ ଆଜି ଗିରଫ କରିଥିବା ଏସ୍ଆଇ ସଂଜୟ କୁମାର ପରିଡ଼ା ସୂଚନା ଦେଇଛନ୍ତି । ବୈକୁଣ୍ଠର ଘର ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାପିଠା ବୋଲି ଜଣାଯାଇଛି ।






