ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ବିଧାୟକ ତାଙ୍କ ସୋସିଆଲ ସାଇଟ୍ରେ ସୂଚନା ଦେଇଛନ୍ତି । ଏଥିସହିତ ସେ ଗୃହ ସଂଗରୋଧରେ ରହିଥିବା ଏବଂ ସୁସ୍ଥ ଥିବା ସୂଚନା ଦେଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।





