ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଥାନା ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ପେଟେଇଚଣ୍ଡି ନିକଟରେ ପୁଲିସ ପ୍ରେଟୋଲିଂ କରୁଥିବା ବେଳେ ଡକାୟତି ଉଦ୍ଦ୍ୟେଶରେ ବୁଲୁଥିବା କିଛି ବ୍ୟକ୍ତି ଗାଡ଼ି ଛାଡ଼ି ଚମ୍ପଟ ମାରିଥିବା ଜଣାଯାଇଛି । ସୂଚନାନୁସାରେ, ଓଡ଼ଗାଁ ପୁଲିସ ସୋମବାର ବିଳମ୍ବିତ ରାତିରେ ପ୍ରେଟୋଲିଂ କରୁଥିଲେ । ଏହି ସମୟରେ ଦୁଇ ଗୋଟି ବାଇକରେ କିଛି ଯୁବକ ଯାଉଥିବା ବେଳେ ପୁଲିସ ଗାଡ଼ି ଦେଖି ହତଚକିତ ହୋଇ ରାସ୍ତା ଉପରେ ଗାଡ଼ି ଛାଡ଼ି ଜଙ୍ଗଲ ଭିତରକୁ ଦୈାଡ଼ିଥିଲେ । ପୁଲିସ ଓଡି୨୫ ଜେ ୭୮୨୭ ନମ୍ବର ବିଶିଷ୍ଟ ବାଜାଜ୍ ପଲସର୍ ଏବଂ ଓଡି୨୫ ଜି ୨୨୭୦ ନମ୍ବର ବିଶିଷ୍ଟ ଗ୍ଲାମର ଗାଡ଼ିକୁ ଜବତ କରିଥିବା ବେଳେ ଏକ ବ୍ୟାଗ ଭିତରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ଏଥିସହିତ ଲୁଟେରା ମାନେ ନେଇ ଯାଉଥିବା ଏକ ଦୋକାନର ଚୋରୀ ସାମଗ୍ରୀକୁ ଉଦ୍ଧାର କରିଛି । ଓଡ଼ଗାଁ ଥାନା ଅଧିକାରୀ ପ୍ରଜ୍ଞା ପାରମିତାଙ୍କ ସୂଚନାନୁସାରେ, ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଣାଯାଇଛି ।





