Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଯୋଦ୍ଧାଙ୍କୁ ଗାର୍ଡ଼ ଅଫ୍ ଅନର୍‌

by ସଞ୍ଜୟ ସ୍ୱାଇଁ
October 21, 2020
in Nayagarh
କରୋନା ଯୋଦ୍ଧାଙ୍କୁ ଗାର୍ଡ଼ ଅଫ୍ ଅନର୍‌
1.3k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ କଇଥଗାଡ଼ିଆ ଗ୍ରାମର କରୋନା ଯୋଦ୍ଧା ଶ୍ରୀଧର ସ୍ୱାଇଁଙ୍କ ଗତକାଲି ମୃତ୍ୟୁ ଘଟିଛି । ସେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା ପରିଚାଳକ ଭାବେ କାର୍ଯ୍ୟକରି ଏବେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରୁଥିଲେ । ଗତ ସେପ୍ଟମ୍ବର ୧୨ ତାରିଖରେ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଘରେ ୩ଦିନ ସଂଗରୋଧରେ ରହି କିମ୍ସ ହସ୍ପିଟାଲ ଫୁଲବାଣୀରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲେ । ଦୀର୍ଘ ୩୮ ଦିନ ସଂଘର୍ଷ କରିବା ପରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । କନ୍ଧମାଳ ଜିଲ୍ଲାରେ କରୋନା ସମୟରେ ବିଭିନ୍ନ ବ୍ଲକ ପରିଦର୍ଶନ, କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ ଏବଂ ଗାଁ କଲ୍ୟଣା ସମିତର ଦାୟିତ୍ୱ ବୁଝୁଥିଲେ । ଶେଷରେ ସେ କରୋନା ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଆଜି ତାଙ୍କର ମରଶରୀରକୁ ନୟାଗଡ଼ ପିଟିଏସ୍‌ଠାରେ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଡିଏଫ୍‌ଓ ଧନରାଜ୍ ଏଚ୍‌ଡି, ସିଡିଏମ୍‌ଓ ଶକ୍ତିକାନ୍ତ ମିଶ୍ର, ଡିପିଏମ୍ ଏବଂ ରାଜ୍ୟ ସ୍ତରରୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଆଜି ନୟାଗଡ଼ ପୁରୁଣା ସହର ଭାଲୁଖୋଲଠାରେ ଥିବା ସ୍ମଶାନରେ ତାଙ୍କର ଶେଷକୃତ୍ୟ ସଂମ୍ପଣ୍ଣ ହୋଇଛି । ସୂଚନାନୁସାରେ, ତାଙ୍କର ୯ ବର୍ଷର ଏକ ଝିଅ ଏବଂ ୫ ବର୍ଷର ଏକ ଝିଅ ରହିଛି । କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଥମ କରୋନା ଯୋଦ୍ଧା ଭାବେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!