ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲା ପୁଲିସ ନାଇଟ ପେଟ୍ରୋଲିଂ ବେଳେ କୁଆଁରିଆ ଡ୍ୟାମ୍ ଛକ ପାଖାପାଖି ଏକ ବାଇକ୍ ଆରୋହୀକୁ ସନ୍ଦେହଜନକ ଭାବରେ ପିଛା କରିଥିଲେ । ସନ୍ଦିଗ୍ଧ ବାଇକ୍ ଆରୋହୀ ଦ୍ରୁତ ଗତିରେ ପୁଲିସକୁ ଚକମା ଦେଇ ଫେରାର ହୋଇ ପାରି ନଥିଲା । ସେମାନଙ୍କଠାରୁ ସୂଚନା ପାଇବା ପରେ ପୁଲିସ ବିଭିନ୍ନ ଜାଗା ଚଢ଼ାଉ କରିବା ସହିତ କୁଆଁରିଆ ଛକ ନିକଟ ଏକ ଗ୍ୟାରେଜରେ ଚଢ଼ାଉ କରି ୩ ଟି ଚୋର ବାଇକ୍ ଓ ଯନ୍ତ୍ରାଂଶ ଜବତ କରିଛି । ଅଭିଯୁକ୍ତ ଦିଲ୍ଲୀପ ପ୍ରଧାନ ଘର ନେଲିଗୁଡ଼ା ଗ୍ରାମରେ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ତପନ ଖମାରୀ ଗ୍ୟାରେଜ ମିସ୍ତ୍ରୀ ବୋଲି ଜଣାଯାଇଛି । ଆଜି ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଥାନା ଅଧିକାରୀ ମୁକେଶ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ନିୟମିତ ପ୍ରେଟୋଲିଂ ଜାରୀ ରହିଥିବା ବେଳେ ଏହି ଚଢ଼ାଉ ବେଳେ ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଧିରେନ୍ ପାତ୍ର ସଦଳବଳେ ଚଢ଼ାଉ କରିଥିଲେ ।





