Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରସିକିଆ ବିରଞ୍ଚିଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

by ସଞ୍ଜୟ ସ୍ୱାଇଁ
September 14, 2024
in Crime, State
ଧରାପଡ଼ିଲା ଆଉ ଜଣେ ରସିକିଆ ଧୂର୍ତ୍ତ
125
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିବାହ କରିବା କହି ମହିଳାଙ୍କୁ ଠକୁଥିବା ନକଲି ଅଫିସରକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ । ବିଶେଷ କରି ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିବା ମହିଳାଙ୍କୁ ଠକୁ ଥିଲା ବିରଞ୍ଚି । ଏଥିପାଇଁ ମାଟ୍ରିମୋନିଆଲ ୱେବସାଇଟରେ ‘ସେକେଣ୍ଡ ମ୍ୟାରେଜ’ ନାମରେ ଏକ ପ୍ରେଫାଇଲ ତିଆରି କରିଥିଲା । ଏହି ପ୍ରୋଫାଇଲ ଜରିଆରେ ବିଭିନ୍ନ ସମୟରେ ସେ ନିଜକୁ ରେଳବାଇ ଅଧିକାରୀ, ଆୟକର ଅଧିକାରୀ ଏବଂ ଏକ୍ସସଇଜ ଓ କଷ୍ଟମ ଅଧିକାରୀ ଦର୍ଶାଇ ଅବିବାହିତ, ଛାଡ଼ପତ୍ର ପ୍ରାପ୍ତ ଓ ବିଧବାଙ୍କୁ କରୁଥିଲା ଟାର୍ଗେଟ । ସେମାନଙ୍କ ଘରକୁ ନିଜେ ପ୍ରସ୍ତାବ ନେଇ ଯାଉଥିଲା ଓ ବିବାହ କରୁଥିଲା । ତେବେ ବିବାହ କରିବା ପରେ ସେ ମହିଳାମାନଙ୍କୁ ନିଜ ଘରକୁ ନନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭଡ଼ା ଘରେ ରଖୁଥିଲା । ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ, ଭିଡ଼ିଓ ଉତ୍ତୋଳନ କରୁଥିଲା । ପରେ ସେହି ଭିଡିଓ ଓ ଫଟୋକୁ ମାଧ୍ୟମ କରି ମହିଳାଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିଲା । କଟକର ଜଣେ ମହିଳାଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଛି ବିରଞ୍ଚି । ଏହି ଜଣେ ମହିଳା ନୁହେଁ, ଏକାଧିକ ମହିଳା ବିରଞ୍ଜିଙ୍କ ଦ୍ବାରା ପ୍ରତାରଣାର ଶିକାର ହୋଇଥିବା ଜଣାପଡିଛି । ବିରଞ୍ଚିଙ୍କ ନାଁରେ ରାଜ୍ୟର ୯ଟି ଥାନାରେ ମାମଲା ରହିଛି । କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ଯାଇ ସେଠାକାର ମହିଳାମାନଙ୍କୁ ମଧ୍ୟ ଠକିଛି ବିରଞ୍ଚି । ବିଶେଷ କରି ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟ୍ୟପ୍ରଦେଶ, ମହାରାଷ୍ଟ୍ର, ହରିଆଣା ଓ ଦିଲ୍ଲୀରେ ମଧ୍ୟ ବିରଞ୍ଚି ମହିଳାମାନଙ୍କୁ ଠକେଇ କରିଥିବା ଜଣାପଡିଛି । ଗିରଫ ବେଳେ ବିରଞ୍ଚିଠାରୁ ନକଲି ପରିଚୟ ପତ୍ର ସହ ଅନେକ ଆପତ୍ତିଜନକ ଫଟୋ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ବିରଞ୍ଚିକୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!