Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଦକ ବିଜେତାଙ୍କ ପାଇଁ ଘୋଷଣା ହେଲା ଆର୍ଥିକ ପୁରସ୍କାର

by ସଞ୍ଜୟ ସ୍ୱାଇଁ
September 10, 2024
in NATIONAL NEWS, Sports
ପଦକ ବିଜେତାଙ୍କ ପାଇଁ ଘୋଷଣା ହେଲା ଆର୍ଥିକ ପୁରସ୍କାର
104
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ନିକଟରେ ଶେଷ ହୋଇଥିବା ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ରେକର୍ଡ ସଂଖ୍ୟକ ପଦକ ଜିତିଛନ୍ତି। ଭାରତ ପାରା ଅଲିମ୍ପିକ୍ସରେ ୭ ସ୍ୱର୍ଣ୍ଣ ସହ ମୋଟ ୨୯ଟି ପଦକ କବଜା କରିଛି। ପୂର୍ବରୁ କୌଣସି ପାରା ଅଲିମ୍ପିକ୍ସରେ ଭାରତ ଏତେ ସଂଖ୍ୟକ ପଦକ ଜିତି ନଥିଲା। ଏହି ଐତିହାସିକ ସଫଳତା ପାଇଁ ଆଜି ଭାରତ ସରକାର ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ କେନ୍ଦ୍ର ସରକାର ୭୫ ଲକ୍ଷ ଟଙ୍କା ଲେଖାଏ ଦେବେ। ସେହିପରି ରୌପ୍ୟ ପଦକ ବିଜେତା ୫୦ ଲକ୍ଷ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ଖେଳାଳି ୩୦ ଲକ୍ଷ ଟଙ୍କା ପାଇବେ। ସେହିପରି ମିକ୍ସଡ ଟିମ ଇଭେଣ୍ଟରେ ଦକ୍ଷତା ଦେଖାଇଥିବା ତୀରନ୍ଦାଜ ଶୀତଲ ଦେବୀଙ୍କ ଭଳି ଖେଳାଳିଙ୍କୁ ୨୨.୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏପରି ଘୋଷଣା କରିଛନ୍ତି। ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ପାରା ଆଥଲେଟମାନେ କେମିତି ଅଧିକ ପଦକ ଜିତିପାରିବେ, ସେସବୁ ସୁବିଧା ଭାରତ ସରକାର ଯୋଗାଇ ଦେବେ ବୋଲି ମଧ୍ୟ ମାଣ୍ଡଭୀୟ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ପାରା ଅଲିମ୍ପିକ୍ସ ଓ ପାରା କ୍ରୀଡ଼ାରେ ଭାରତ ଉପରକୁ ଉଠିବାରେ ଲାଗିଛି। ୨୦୧୬ରେ ୪ ପଦକ ଥିବା ବେଳେ ଟୋକିଓରେ ଆମେ ୧୯ ଓ ପ୍ୟାରିସରେ ୨୯ ପଦକ ଜିତି ୧୮ତମ ସ୍ଥାନରେ ପହଞ୍ଚିଛୁ। ଆମେ ପାରା ଆଥଲେଟମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବୁ। ଏହଦ୍ୱାରା ୨୦୨୮ ଏଲଏ ପାରା ଅଲିମ୍ପିକ୍ସ ଆମେ ଅଧିକ ପଦକ ଜିତି ପାରିବା।” ଭାରତ ପାରା ଅଲିମ୍ପିକ୍ସରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ହାସଲ କରିଛି। ସେହିପରି ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ମଧ୍ୟ ୫୦ ପାର କରିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!