Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାଡ଼ପତ୍ର ପରେ ପରଫ୍ୟୁମ୍‌ ଲଞ୍ଚ କଲେ ଦୁବାଇ ରାଜକୁମାରୀ

by ସଞ୍ଜୟ ସ୍ୱାଇଁ
September 10, 2024
in NATIONAL NEWS, WORLD
ଛାଡ଼ପତ୍ର ପରେ ପରଫ୍ୟୁମ୍‌ ଲଞ୍ଚ କଲେ ଦୁବାଇ ରାଜକୁମାରୀ
244
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାର ଦୁଇ ମାସ ମଦ୍ୟରେ ନିଜକୁ ସମ୍ଭାଳି ନେଲେଣି ଦୁବାଇ ରାଜକୁମାରୀ ଶେଖ ମହରା । ଏପରିକି ନିଜ ଜୀବନରେ ଆଗକୁ ବଢ଼ି ଗଲେଣି। ଇତି ମଧ୍ୟରେ ଶେଖ ମହରା ନିଜ ବ୍ରାଣ୍ଡରେ ଏକ ପରଫ୍ୟୁମ୍‌ ଲଞ୍ଚ କରିଛନ୍ତି। ଆଉ ସେ ଏହାର ନାମ ଦେଇଛନ୍ତି ‘Divorce.’ । ଏହାକୁ ଲଞ୍ଚ କରିବା ପୂର୍ବରୁ ମହରା ଗତକାଲି ନିଜ ଇନଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ କରି ନିଜ ଫଲୋର୍ସଙ୍କୁ ଏ ସମ୍ପର୍କ ସୂଚନା ଦେଇଥିଲେ। ଏହି ଭିଡିଓରେ ଏକ କଳା ଆକର୍ଷଣୀୟ ସିଲ୍କ ବଟଲ ଦେଖିବାକୁ ମିଳିଥିବା ବେଳେ ସେଥିରେ ଲେଖାଅଛି ‘Divorce.’ । ଏଥିସହ ତା’ ପାଖରେ ସନ୍‌ ଗ୍ଲାସ୍‌ କିଛି ଗାଢ଼ କଳା ରଙ୍ଗର ପଦ୍ମ ପାଖୁଡ଼ା ଓ କଳା ବାଘର କଳା ମଚମଚ ଆଖି ଦେଖିବାକୁ ମିଳିଛି । ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ହେଉଛନ୍ତି ଦୁବାଇର ବର୍ତ୍ତମାନର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ। ସେ ବର୍ତ୍ତମାନ ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେ ଶିଳ୍ପପତି ଶେଖ ମନ୍ ବିନଙ୍କୁ ମେ ୨୦୨୩ରେ ବିବାହ କରିଥିଲେ। ୪ ମାସ ତଳେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ରାଜକୁମାରୀ ଶେଖ ମହରା ଜୁଲାଇ ୧୬ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରୁଥିବା ଜଣାପଡ଼ିଥିଲା। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, “ପ୍ରିୟ ସ୍ୱାମୀ, ଯେହେତୁ ତୁମେ ଅନ୍ୟ ସାଥୀମାନଙ୍କ ସହ ବ୍ୟସ୍ତ, ସେହେତୁ ମୁଁ ଏଠାରେ ଆମର ଛାଡପତ୍ର ଘୋଷଣା କରୁଛି। ଆଇ ଡିଭୋର୍ସ ୟୁ, ଆଇ ଡିଭୋର୍ସ ୟୁ ଆଣ୍ଡ୍ ଆଇ ଡିଭୋର୍ସ ୟୁ। ଟେକ୍ କେୟାର୍… ଇତି ତୁମର ପୂର୍ବ ପତ୍ନୀ।” ଇସଲାମିକ୍ ନିୟମରେ, ତୁରନ୍ତ ଛାଡ଼ପତ୍ର ଦେବାକୁ “ତଲାକ୍-ଇ-ବିଦ୍ଦତ୍” କୁହାଯାଏ। ଏହି ନିୟମ ଅନୁସାରେ, ସ୍ୱାମୀ ତିନି ଥର “ତଲାକ୍” କହିଦେଲେ ଛାଡ଼ପତ୍ର ହୋଇଯାଏ। କିନ୍ତୁ ଦୁବାଇ ରାଜକୁମାରୀ ଇନଷ୍ଟାଗ୍ରାମ ପୋଷ୍ଟରେ ତିନି ଥର “ଆଇ ଡିଭୋର୍ସ ୟୁ…” ଲେଖି ଛାଡ଼ପତ୍ର ଦେଇଥିଲେ। ଏହାପରେ ସେ ଏବେ ସେ ନିଜ ବ୍ରାଣ୍ଡରେ ‘ଡିଭୋର୍ସ’ ନାମକ ପରଫ୍ୟୁମ୍‌ ଲଞ୍ଚ କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!