Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାୟୁ ଗଲେ ପଛ ଉସୁ ବାସିଆ

by ସଞ୍ଜୟ ସ୍ୱାଇଁ
October 12, 2020
in Crime, Nayagarh
ବାୟୁ ଗଲେ ପଛ ଉସୁ ବାସିଆ
1.1k
VIEWS
Share on FacebookShare on Twitter

ଖଣ୍ଡପଡ଼ା,(ବାଘୁଆବାର୍ତ୍ତା): ‘ବାୟୁ ଗଲେ ପଛ ଉସୁ ବାସିଆ’ ନୀତିରେ ଚାଲିଛି ଖଣ୍ଡପଡ଼ା ପୁଲିସ । ସୂଚନାନୁସାରେ, ଖଣ୍ଡପଡ଼ା ଓ ଗଣିଆ ଅଂଚଳରୁ ସୁଦୁର ପଶ୍ଚିମବଙ୍ଗ ଅଂଚଳକୁ ଚୋରାରେ ଗୋ ଚାଲାଣ କରୁଥିବା ଗାଡିଗୁଡିକୁ ଖଣ୍ଡପଡ଼ା ଥାନା ଓ କଂଟିଲୋ ଫାଣ୍ଡି ପୋଲିସ ମିଳିତ ଭାବେ ଚଢାଉ କରି ଗତ ୩ମାସ ତଳେ ଜବତ କରିଥିଲେ । ପୋଲିସ ଦ୍ୱାରା ଜବତ ୭ଗୋଟି ଗୋରୁ ବୋଝେଇ ଟ୍ରକ କଂଟିଲୋ ଫାଣ୍ଡି ପରିସରରେ ଏବେ ପଡି ରହି ଖତ ଖାଉଛି । ପୋଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିବା ନେଇ ସୂଚନା ଦେଉଥିଲେ ହେଁ ଅଦ୍ୟାବଧି ତଦନ୍ତରେ ପାଦେ ହେଲେ ଆଗେଇନଥିବା ଜଣାପଡିଛି । ଗୋ ଚାଲାଣ ର‌୍ୟାକେଟ ପଛରେ ଥିବା ମାଫିଆମାନଙ୍କୁ ପୋଲିସ ଅଦ୍ୟାବଧି ଗିରଫ କରି ପାରିନଥିବାରୁ ପୋଲିସର କାର୍ଯ୍ୟଶୈଳୀ ଓ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଗୋରୁ ବୋଝେଇ ହୋଇଥିବା ୭ଟି କଂଟେନରକୁ ପୋଲିସ ଜବତ କରିଥିବାବେଳେ ମାତ୍ର ଜଣେ ଡ୍ରାଇଭର ଓ ହେଲପରକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ବାକି ଅନ୍ୟମାନେ ଗଲେ କୁଆଡ଼େ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷେ ପୋଲିସ ପ୍ରଶାସନର ଉଦାସୀନତା ଗୋରୁ ଚାଲାଣକାରୀ ମାଫିଆମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇବ ବୋଲି ସାଧାରଣରେ ଆଲୋଚନା ହେଉଛି । ନୟାଗଡ ଏସ୍‌ପି ଏଥିପ୍ରତି ଦୃଷ୍ଟିଦେବାକୁ ଦାବିହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!