Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇସ୍ରାଏଲର ଆକ୍ରମଣ, ୧୩ ମୃତ

by ସଞ୍ଜୟ ସ୍ୱାଇଁ
September 7, 2024
in NATIONAL NEWS, WORLD
ଇସ୍ରାଏଲର ଆକ୍ରମଣ, ୧୩ ମୃତ
58
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): କିଛି ଦିନର ବିରତି ପରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ। ଗାଜାର ସ୍କୁଲ୍ ଏବଂ ଆବାଶିକ କୋଠା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ଏଥିରେ ୧୩ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ ଘଟି ଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ଏନେଇ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ସରକାରୀ ଖବର ଏଜେନ୍ସି WAFA ସୂଚନା ଦେଇଛି। WAFA କହିଛି ଯେ, ଗାଜାର ସ୍କୁଲ୍ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତମାନଙ୍କ ମଧ୍ୟରେ ଆଠ ଜଣ ଶରଣାର୍ଥୀ ଥିଲେ। ଇସ୍ରାଏଲ୍ ସେନା ଏକ ବିବୃତ୍ତିରେ କହିଛି ଯେ, ହମାସ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟରରେ ଥିବା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଇଛି। ଏମାନଙ୍କୁ ଉତ୍ତର ଗାଜାର ‘ହଲିମା ଅଲ-ସାଦିଆ’ ସ୍କୁଲ୍ ଆଶ୍ରୟସ୍ଥଳରେ ଲୁଚାଇ ରଖାଯାଇଥିଲା। ତେବେ ଗାଜାରେ ପିଲାମାନଙ୍କୁ ପୋଲିଓ ଟିକା ଦେବା ପାଇଁ ତିନି ଦିନ ଯୁଦ୍ଧ ବିରାମ ରହିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆହ୍ୱାନ କ୍ରମେ ଅଗଷ୍ଟ 30ରୁ 3 ଦିନ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ରହିଥିଲା। ଏହାପରେ ପୁଣି ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ। ଗତ ବର୍ଷ ଅକ୍ଟୋବର ୭ରେ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ଘନଘନ ରକେଟ ମାଡ଼ କରିଥିଲେ। ଏଥିରେ ପ୍ରାୟ ୧୧୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ହମାସ ସଂଗଠନ ମଧ୍ୟ ଇସ୍ରାଏଲର ୨୫୦ ଜଣଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ଇସ୍ରାଏଲ ସେନା ଗାଜା ସମେତ ପାଲେଷ୍ଟାଇନର ବିଭିନ୍ନ ସ୍ଥାନରେ ଆକ୍ରମଣ ଜାରି ରଖିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!