Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୪ ବର୍ଷ ପୂର୍ବେ ୨୦ ଟଙ୍କା ଲାଞ୍ଚ ନେଇଥିଲେ କନେଷ୍ଟବଳ, ଏବେ ବନ୍ଧାହେବେ

by ସଞ୍ଜୟ ସ୍ୱାଇଁ
September 6, 2024
in Crime, NATIONAL NEWS
୩୪ ବର୍ଷ ପୂର୍ବେ ୨୦ ଟଙ୍କା ଲାଞ୍ଚ ନେଇଥିଲେ କନେଷ୍ଟବଳ, ଏବେ ବନ୍ଧାହେବେ
113
VIEWS
Share on FacebookShare on Twitter

ବିହାର, (ବାଘୁଆବାର୍ତ୍ତା): ୧୯୯୦ର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ୩୪ ବର୍ଷ ପରେ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ଗିରଫ ହେବେ। ଏନେଇ ସ୍ପେଶାଲ ଭିଜିଲାନ୍ସ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ୧୯୯୦ ମସିହା ମେ 6ରେ ବିହାରର ସାହରସା ରେଳ ଷ୍ଟେସନରେ ଡ୍ୟୁଟିରେ ଥିଲେ କନଷ୍ଟେବଳ ସୁରେଶ ସିଂହ। ଏହି ସମୟରେ ପରିବା ନେଇ ଯାଉଥିବା ମହେଶଖୁଣ୍ଟ ଅଞ୍ଚଳର ସୀତା ଦେବୀଙ୍କୁ ଅଟକାଇଥିଲେ। ସୁରେଶ ସିଂହ ତାଙ୍କୁ କିଛି ଚୁପଚୁପ୍ କହିଥିଲେ ଏବଂ ତାଙ୍କ କାନି ଗଣ୍ଠିରୁ ୨୦ ଟଙ୍କା ନେଇଥିଲେ। ଏହି ସମୟରେ ସେ ରେଡ୍-ହ୍ୟାଣ୍ଡ ଧରା ପଡ଼ିଥିଲେ। ସେତେବେଳେ ରେଲୱେ ଷ୍ଟେସନ ଦାୟିତ୍ୱରେ ଥିବା ପୁଲିସ ତାଙ୍କୁ ଧରିବା ସହ ଲାଞ୍ଚ ନେଇଥିବା ୨୦ ଟଙ୍କା ଜବତ କରିଥିଲେ। ୩୪ ବର୍ଷ ପରେ ଏହି ମାମଲା ଉପରେ ସ୍ପେଶାଲ ଭିଜିଲାନ୍ସ ଜଜ୍ ବିଚାର କରିଛନ୍ତି। ବିଚାରପତି ସୁଦେଶ ଶ୍ରୀବାସ୍ତବ ଏ ଉପରେ ବିଚାର କରି ସୁରେଶ ସିଂହଙ୍କୁ ଗିରଫ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ମାତ୍ର ୨୦ ଟଙ୍କା ଲାଞ୍ଚ ନେଇଥିଲେ ମଧ୍ୟ ଗତ ତିନି ଦଶନ୍ଧୀ ଧରି ପୁଲିସକୁ ଭୂଆଁ ବୁଲାଇ ଚାଲିଥିଲେ। କାରଣ ୧୯୯୯ ମସିହାରେ ଏହି ମାମଲାରେ ତାଙ୍କୁ ଜାମିନ୍ ମିଳିଥିଲେ ମଧ୍ୟ ସେ କୋର୍ଟରେ ହାଜର ନ ହୋଇ ଫେରାର୍ ହୋଇ ଯାଇଥିଲେ। ଫଳରେ କୋର୍ଟ ତାଙ୍କ ବେଲ୍ ବୋଣ୍ଡ ବାତିଲ୍ କରି ପୁନଃ ଗିରଫ ପରୱାନା ଜାରି କରିଥିଲେ। କିନ୍ତୁ ଆଜି ଯାଏ ପୁଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିଲା। ନିକଟରେ ତାଙ୍କ ଚାକିରି କାଳ ସମୟର ଏକ ରେକର୍ଡ ଯାଞ୍ଚ କରିବା ବେଳେ ଜଣାପଡିଥିଲା ଯେ, ସେ ପୋଷ୍ଟିଂ ସମୟରେ ଭୁଲ୍ ଠିକଣା ଦେଇଥିଲେ।ତେଣୁ ତାଙ୍କୁ ଧରିବା ପାଇଁ ପୁଲିସକୁ କାଠିକର ପାଠ ହୋଇଥିଲା। ବର୍ତ୍ତମାନ ସ୍ପେଶାଲ ଭିଜିଲାନ୍ସ ଜଜ୍ ସୁଦେଶ ଶ୍ରୀବାସ୍ତବ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!