Sunday, December 14, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା

by ସଞ୍ଜୟ ସ୍ୱାଇଁ
September 4, 2024
in Nayagarh, State
ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା
321
VIEWS
Share on FacebookShare on Twitter

ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଆଧାର କେନ୍ଦ୍ର ଖୋଲା ରହିବ

ନୟାଗଡ଼, (ବାଘୁଆବାର୍ତ୍ତା): କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚି ସାରିଛି । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରୁ ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨,ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩,ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦ ସର୍ବମୋଟ ୩୩୬୪୧୭ ଫର୍ମ ବଂଟନ କରଯାଇଛି । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରାୟ ସମସ୍ତ ହିତାଧିକାରୀମାନଙ୍କ ପାଖରେ ତିନିଲକ୍ଷରୁ ଉର୍ଦ୍ଧ ଫର୍ମ ପହଂଚି ସାରିଲାଣି ।

ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରଗୁଡ଼ିକ ହିତାଧିକାରୀମାନଙ୍କ ସମସ୍ତ ଦସ୍ତାବିଜ୍ ସ୍କାନ୍ କରି ସୁଭଦ୍ରା ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ କାର‌୍ୟ୍ୟକ୍ରମକୁ ଜିଲ୍ଲାପାଳ ପ୍ରତ୍ୟକ୍ଷ ତଦାରଖ ଓ ସମୀକ୍ଷା କରୁଛନ୍ତି । ଲକ୍ଷ ରଖିଛନ୍ତି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ନ ପଡ଼ନ୍ତି । ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନେ ଯେପରି ସେମାନଙ୍କର ଆଧାର ଅପ୍‌ଡେସନ ସୁବିଧାରେ କରିପାରିବେ ସେଥିପାଇଁ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ୟାଙ୍କ, ଡାକଘର, ବ୍ଲକ କାର‌୍ୟ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଧାର ଅପ୍‌ଡେସନ କେନ୍ଦ୍ରଗୁଡ଼ିକ ସକାଳ ୭ଘଟିକା ଠାରୁ ସନ୍ଧ୍ୟା ୭ଘଟିକା ପର‌୍ୟ୍ୟନ୍ତ ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ ଖୋଲା ରହିବ ।

ହିତାଧିକାରୀ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ସେ ଅଂଚଳର ଆଇ.ଆଇ.ସି.ମାନଙ୍କ ସହିତ ଯୋଗାଯୋଗ କରି ଶୃଙ୍ଖଳା ସହ କାର‌୍ୟ୍ୟକ୍ରମକୁ ଆଗେଇ ନେବେ । ବିଦ୍ୟୁତ୍ ବିଭାଗ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିମନ୍ତେ ଜିଲ୍ଲା ପ୍ରସାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବି ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ିଯିବା ଭୟରେ ବ୍ୟସ୍ତ ଓ ବିବ୍ରତ ନ ହୋଇ ଧୈର‌୍ୟ୍ୟର ସହିତ ଅପେକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି । ଏହି କାର‌୍ୟ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଦେବଦତ୍ତ ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଅନ୍ୟାନ୍ୟ ସଂପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ କାର‌୍ୟ୍ୟର ସଫଳ ରୂପାୟନ ନିମନ୍ତେ ଅନୁରୋଧ କରିଛନ୍ତି । ଜିଲ୍ଲାରେ ଏ ପର‌୍ୟ୍ୟନ୍ତ ସୁଭଦ୍ରା ଯୋଜନାର କାର‌୍ୟ୍ୟକାରିତା ସନ୍ତୋଷଜନକ ଭାବେ ଅଗ୍ରଗତି କରିଚାଲିଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!