Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଲ୍ ଗଲେ ୬ ଜଣ କାଠ ମାଫିଆ

by ସଞ୍ଜୟ ସ୍ୱାଇଁ
October 11, 2020
in Nayagarh
ଜେଲ୍ ଗଲେ ୬ ଜଣ କାଠ ମାଫିଆ
1k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ଶାଳଭଙ୍ଗା ଏବଂ ଦୁର୍ଗାପ୍ରସାଦ ଗାଁ ମଝି ଜଙ୍ଗଲ ଅଂଚଳରେ ୫ ଜଣ ମାଫିଆ କାଠ କାଟି ଚାଲାଣ କରୁଥିବା ବେଳେ ଶନିବାର ଭୋର ସମୟରେ ବାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳ କର୍ମଚାରୀଙ୍କ ହାତରେ ଧରା ପଡ଼ିଥିଲେ । ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌.ଡି ଏବଂ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଘଟଣାସ୍ଥଳରେ ପହଂଚି କାଠ ମାଫିଆଙ୍କୁ ଗତକାଲି କରିବା ସହ ଘଟଣାର ତଦନ୍ତ କରିଥିଲେ । ସେମାନଙ୍କ ମଧ୍ୟରେ ରହିଥିବା ବଡ଼ମ୍ବା ଅଂଚଳର ମନୋଜ ପାଣିଗ୍ରାହୀ, ବଡ଼ମ୍ବା ଜାନୀପଦର ଗ୍ରାମର ପଦ୍ମଚରଣ ଜେନା, ବଡ଼ମ୍ବା ନରସିଂହପୁରର ଦିଲ୍ଲିପ ସାହୁ, ଦଶପଲ୍ଲା ବନଖଣ୍ଡ ଅନ୍ତର୍ଗତ ଦୁଆରଗାଁର ପର୍ଶୁରାମ ମୁଦୁଲି ଏବଂ ବିଜୟ ପ୍ରଧାନଙ୍କର ଆଜି କୋଭିଡ୍ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରା ଯାଇଥିବା ବେଳେ ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସେହିଭଳି ଭାବେ ବନବିଭାଗ ଗତକାଲି ଦୁଆରଗାଁ ଗ୍ରାମରୁ ବହୁ ପରିମାଣର କାଠ ପଟା ଏବଂ କାଠସାମଗ୍ରୀକୁ ଜବତ କରିଥିବା ବେଳେ ଏହି ଘଟଣାରେ କାଠ ମାଫିଆ ପ୍ରଭାତ ମହାରଣାକୁ ଗିରଫ କର କରି ଆଜି କୋର୍ଟ ଚାଲାଣ କରିଥିଲା । ପ୍ରଭାତଙ୍କର ମଧ୍ୟ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡ଼ିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ କାଠ ମାଫିଆମାନେ ଲଗାମଛଡ଼ା ଭାବେ ଲୁଟ କରି ଚାଲିଥିବା ବେଳେ ବନବିଭାଗ ଜାଣିଶୁଣି ଦୀର୍ଘଦିନ ହେବ ନିଷ୍କ୍ରିୟ ହୋଇ ରହିଥିଲା । ଏବେ ବନଖଣ୍ଡ ଅଧିକାରୀଙ୍କ ନଜର ଦଶପଲ୍ଲା ଉପରେ ପଡ଼ିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ମାଫିଆ ଟିମ୍ ସାମନାକୁ ଆସୁଛନ୍ତି ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!