Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୨୯ କଏଦୀଙ୍କ ମୃତ୍ୟୁ, ଜେଲ ଭାଙ୍ଗି ପଳାଇବାକୁ ଉଦ୍ୟମ

by ସଞ୍ଜୟ ସ୍ୱାଇଁ
September 3, 2024
in NATIONAL NEWS, WORLD
୧୨୯ କଏଦୀଙ୍କ ମୃତ୍ୟୁ, ଜେଲ ଭାଙ୍ଗି ପଳାଇବାକୁ ଉଦ୍ୟମ
252
VIEWS
Share on FacebookShare on Twitter

କିନ୍‌ସାସା, (ବାଘୁଆବାର୍ତ୍ତା): କଙ୍ଗୋର ରାଜଧାନୀ କିନ୍‌ସାସାର ଏକ ମୁଖ୍ୟ କାରାଗାରରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ୧୨୯ କଏଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳାଚକଟାରେ ପ୍ରାଣ ହରାଇଥିବା କୁହାଯାଉଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ଜରିଆରେ କଙ୍ଗୋ ଗୃହମନ୍ତ୍ରୀ ଜ୍ୟାକେମିନ୍ ଶବାନୀ ଏହି ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କଙ୍ଗୋ ଆଭ୍ୟନ୍ତରୀଣ ମନ୍ତ୍ରୀ ଜ୍ୟାକେମିନ୍ ଶବାନୀ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। କଏଦୀଙ୍କୁ ଖସି ପଳାଇବା ଉଦ୍ୟମରୁ ନିବୃତ୍ତ କରିବା ପାଇଁ ସୁରକ୍ଷାକର୍ମୀମାନେ ଗୁଳି ଚାଳନା କରିଥିଲେ। କେତେକ କଏଦୀ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ସେ କହିଛନ୍ତି। ମାନବ ଅଧିକାର ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲ କ‌ଙ୍ଗୋ ଉପରେ ନିକଟରେ କରିଥିବା ରିପୋର୍ଟରେ କହିଛି ଯେ ମକାଲା କାରାଗାର ହେଉଛି କଙ୍ଗୋର ମୁଖ୍ୟ କାରାଗାର। ଯେଉଁଥିରେ ୧,୫୦୦କଏଦୀଙ୍କର ରହିବା କ୍ଷମତା ରହିଛି। କିନ୍ତୁ ଏଥିରେ ୧୨,୦୦୦ କଏଦୀଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ବିରୋଧରେ ଥିବା ଅଭିଯୋଗର ଶୁଣାଣି ଶେଷ ହେବାକୁ ଅପେକ୍ଷା କରିଛନ୍ତି। କଏଦୀମାନେ ଜେଲ ଭାଙ୍ଗି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଜେଲରେ ରବିବାର ମଧ୍ୟରାତ୍ରିରୁ ଗୁଳି ଚାଳନା ହୋଇଥିବାବେଳେ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। ସରକାରୀ ବରିଷ୍ଠ ଅଧିକାରୀ ଏହା ପୂର୍ବରୁ କହିଥିଲେ ଯେ ଏହି ଘଟଣାରେ କେବଳ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ତେବେ ପରେ ମୃତ୍ୟୁ ସଂଖ୍ୟା ଅଧିକ ଥିବା ରିପୋର୍ଟ ଜଣାପଡ଼ିଥିଲା। ସରକାର ମୃତ୍ୟୁ ସଂଖ୍ୟାକୁ ଜାଣିଶୁଣି ଚପାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ ମାନବ ଅଧିକାର କର୍ମୀଙ୍କ ଦ୍ବାରା ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ସରକାର କାହିଁକି ଏଭଳି କରୁଥିଲେ ସେନେଇ ପ୍ରଶ୍ନ ଉଠିଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇ ନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!