Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଂଲାଦେଶର ଐତିହାସିକ ସିରିଜ ବିଜୟ, ମାଟି କାମୁଡ଼ିଲା ପାକିସ୍ତାନ

by ସଞ୍ଜୟ ସ୍ୱାଇଁ
September 3, 2024
in NATIONAL NEWS, Sports, WORLD
ବାଂଲାଦେଶର ଐତିହାସିକ ସିରିଜ ବିଜୟ, ମାଟି କାମୁଡ଼ିଲା ପାକିସ୍ତାନ
119
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଘରୋଇ ପରିବେଶରେ ମାଟି କାମୁଡ଼ିଛି ପାକିସ୍ତାନ। ଷ୍ଟାର ଖଚିତ ପାକିସ୍ତାନକୁ ତା’ରି ମାଟିରେ ଧୂଳି ଚଟାଇ ଇତିହାସ ରଚିଛି ବାଂଲାଦେଶ। ପ୍ରଥମଥର ପାଇଁ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି ବାଂଲା ଟାଇଗର। ଦଳ ପାକିସ୍ତାନର ରାୱଲପିଣ୍ଡିରେ କେବଳ ମ୍ୟାଚ୍‌ ଜିତି ନାହିଁ, ବରଂ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ୍‌ କରିଛି। ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ୬ ୱିକେଟରେ ପାକିସ୍ତାନକୁ ହରାଇ ଦେଇଛି। ଚୌକା ମାରି ଅଭିଜ୍ଞ ସାକିବ ଅଲ ହାସନ ବାଂଲାଦେଶ ଭେଟି ଦେଇଛନ୍ତି ଐତିହାସିକ ସଫଳତା। ବାଂଲାଦେଶ ଦ୍ୱିତୀୟ ଟେଷ୍ଟକୁ ୬ ୱିକେଟରେ ଜିତିଥିବା ବେଳେ ପ୍ରଥମ ଟେଷ୍ଟରେ ଦଳ ୧୦ ୱିକେଟରେ ବିଜୟ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଦଳ ଏଯାଏ ୧୫ଟି ଟେଷ୍ଟ ଖେଳିଥିବା ବେଳେ ୧୨ଟିରେ ହାରିଛି ୨ଟି ଜିତିଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି। ବାଂଲାଦେଶ ତୃତୀୟ ଥର ପାଇଁ ବିଦେଶ ମାଟିରେ କୌଣସି ଟେଷ୍ଟ ସିରିଜ ଜିତିବାରକୁ ସକ୍ଷମ ହୋଇଛି। ୨୦୦୯ରେ ଦଳ ୱେଷ୍ଟଇଣ୍ଡିଜକୁ ତା’ରି ମାଟିରେ ୨-୦ରେ ହରାଇଥିଲା। ସେହିପରି ୨୦୨୧ରେ ଜିମ୍ବାୱେ ବିପକ୍ଷରେ ବାଂଲାଦେଶ ୧-୦ରେ ଟେଷ୍ଟ ସିରିଜ କବଜା କରିଥିଲା। ଏବେ ପାକିସ୍ତାନକୁ ଦଳ ୨-୦ରେ ହରାଇ ଦେଇଛି। ଏହାବାଦ ବିଦେଶ ମାଟିରେ ଏହା ବାଂଲାଦେଶର ୮ମ ଟେଷ୍ଟ ମ୍ୟାଚ୍‌ ବିଜୟ। ଦଳ ୱେଷ୍ଟଇଣ୍ଡିଜ, ଜିମ୍ବାୱେ ଓ ପାକିସ୍ତାନକୁ ୨ଟି ଲେଖାଏ ମ୍ୟାଚ୍‌ରେ ହରାଇଛି। ସେହିପରି ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ଦଳ ଥରେ ଲେଖାଏ ହରାଇବାକୁ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷରେ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇନାହିଁ। ୨୦୨୨/୨୩ରେ ପାକିସ୍ତାନକୁ ୦-୩ରେ ଇଂଲଣ୍ଡ ହରାଇଥିଲା। ଦ୍ୱିତୀୟ ଟେଷ୍ଟ କଥା ବିଚାରକୁ ନେଲେ ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ ହୋଇଯାଇଥିଲା। ତେବେ ଦ୍ୱିତୀୟ ଦିନରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ସାମି ଆୟୁବଙ୍କ ୫୮, ଅଧିନାୟକ ଶାନ ମସୁଦଙ୍କ ୫୭ ଓ ସଲମାନ ଆଘାଙ୍କ ୫୪ ରନ ବଳରେ ସମସ୍ତ ୱିକେଟ ହରାଇ ପ୍ରଥମ ଇନିଂସରେ ୨୭୪ ରନ କରିଥିଲା। ବାଂଲାଦେଶ ତା’ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି କି ଦଳ ୨୬ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଲିଟନ ଦାସ (୧୩୮ ରନ) ଓ ମେହିଦ ହାସନ ମିରାଜଙ୍କ ୭୮ ରନ ବଳରେ ବାଂଲାଦେଶ ୨୬୨ ରନ କରି ନେଇଥିଲା। ଫଳରେ ପାକିସ୍ତାନକୁ ୧୨ ରନର ଲିଡ ମିଳିଥିଲା। ଦ୍ୱିତୀୟ ଇନିଂସରେ ପାକିସ୍ତାନ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲା। ସଲମାନ ଆଘା ଅପରାଜିତ ୪୭ ରନ କରିଥିଲେ ହେଁ ପୂରା ଦଳ ୧୭୨ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ବାଂଲାଦେଶକୁ ଐତିହାସିକ ସିରିଜ ବିଜୟ ପାଇଁ ୧୮୫ ରନର ଟାର୍ଗେଟ ମିଳିଥିଲା। ଏହାକୁ ବାଂଲାଦେଶ ୪ ୱିକେଟ ହରାଇ ହାସଲ କରି ନେଇଛି। ଏଥିସହ ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!