Wednesday, April 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜସୁନାଖଳାକୁ ଏନ୍‌ଏସି ମାନ୍ୟତା ପାଇଁ ଡିଜିଟାଲ ରାଲି

by Anil Panda
October 9, 2020
in Nayagarh
ରାଜସୁନାଖଳାକୁ ଏନ୍‌ଏସି ମାନ୍ୟତା ପାଇଁ ଡିଜିଟାଲ ରାଲି
265
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାକୁ ଏନ୍‌ଏସି ମାନ୍ୟତା ଦାବିରେ ଡିଜିଟାଲ ର‌୍ୟାଲି ଆରମ୍ଭ ହୋଇଛି । ରାଜସୁନାଖଳା ମହୋତ୍ସବ କମିଟି ସମ୍ପାଦକ ଚିତ୍ତରଂଜନ ପ୍ରଧାନ ଏବଂ ନରେନ୍ଦ୍ରପୁର ମୋ ଗାଁ ମହୋତ୍ସବ କମିଟି ସଂପାଦକ ରଂଶ୍ମି ରଂଜନ ପରିଡ଼ାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉଭୟ ବ୍ୟକ୍ତିତ୍ୱ ଆଜି ଅଂଚଳର ବରିଷ୍ଠ ନାଗରିକଙ୍କ ମତାମତ ସଂଗ୍ରହ କରି ସୋସିଆଲ୍ ମିଡିଆ ଜରିଆରେ ସରକାରଙ୍କୁ ଅବଗତ କରିବାକୁ ଚେଷ୍ଟା କରିଛନ୍ତି । ପ୍ରକାଶ ଥାଉ କି, ବିଧାନସଭାରେ ବିଧାୟକ ଭୁପିନ୍ଦର ସିଂହଙ୍କ ପ୍ରଶ୍ନର ଉତର ରଖି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ନୟାଗଡ ଜିଲ୍ଲା ଶରଣକୁଳକୁ ମିଶାଇ ୨୭ ଟି ଏନ.ଏ.ସି ଗଠନ ପାଇଁ ପ୍ରସ୍ତାବିତ ଖବର ପ୍ରଚାରିତ ହେବା ପରେ ରାଜସୁନାଖଳାକୁ ସାମିଲ କରାନଜିବା ଅଂଚଳ ବାସୀଙ୍କୁ ଆର୍ଶ୍ଚଯ୍ୟ ଚକିତ କରିଛି । ଉଭୟ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ଠିକ୍ ମଧ୍ୟ ଭାଗରେ ରାଜସୁନାଖଳା ଅଚଂଳଟି ହେଉଛି ଏକ ମୁଖ୍ୟ ବ୍ୟବସାୟୀକ ପେଣ୍ଠ ସ୍ଥଳ ଏହି ଅଂଚଳକୁ ରାଜ୍ୟସରକାର ଏନ.ଏ.ସି ତାଲିକା ଭୁକ୍ତ ନକରିବା କାରଣରୁ ଅଂଚଳ ବାସୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ନୟାଗଡ ଜିଲ୍ଲାର ମୁଖ୍ୟାଳୟକୁ ଛାଡିଦେଲେ ଜିଲ୍ଲାର ଅର୍ଦ୍ଧାଧିକ ଭାଗ ଅର୍ଥନୀତିକୁ ଏହି ଅଂଚଳ ପରିଚାଳନା କରେ । ଏଠାକାର ଜନସଂଖ୍ୟା ଭୌଗୋଳିକ ଭିତି ଭୁମି ବାଣିଜ୍ୟ ବ୍ୟବସାୟ , ଗମନାଗମନ ଓ ୍‌ଯୋଗାଯୋଗ ଶିଳ୍ପ ,ଶିକ୍ଷା ,ସ୍ୱାସ୍ଥ୍ୟ , କୃଷି ଏବଂ ସାଂସ୍କୃତିକ ଭିତି ଭୂମି ଦୃଷ୍ଟିରୁ ଜିଲ୍ଲା ତଥା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରଥମତଃ ଅଭିଭକ୍ତ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା.ପ. ର ଜନସଂଖ୍ୟା ୨୦୧୦ ଜନଗଣନା ଅନୁଯାୟୀ ଯଥାକ୍ରମେ ୧୦୦୦୦ ଓ ୬୦୦୦ ରୁ ଉର୍ଦ୍ଧ୍ୱ ଦ୍ୱୀତିୟତଃ ଭୌଗୋଳିକ ଭିତି ଭୁମି ଦୃ୍‌ଷ୍ଟିରୁ ରାଜସୁନାଖଳା ଅଂଚଳଟି ରାଜଧାନୀ ଠାରୁ ମାତ୍ର ୬୦ କି.ମି. ଦୁରରେ ଏକ ସୁବିଧା ଜନକ ଉତମ ଯୋଗାଯୋଗ ସଂପନ୍ନ ସ୍ଥାନରେ ଅବସ୍ଥିତ । ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ମୁଖ୍ୟାଳୟ ଠାରୁ ସମାନ ଦୁରତାରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଅଟେ । ସେହିପରି ଦକ୍ଷିଣ ପାଶ୍ୱର୍ରେ ୫ ନଂ ଜାତୀୟ ରାଜପଥକୁ ରାଜସୁନାଖଳା ଚାନ୍ଦପୁର ପୁର୍ତବିଭାଗ ରାସ୍ତାଟି ସଂଯୁକ୍ତ ହୋଇଛି । ଏଣୁ ଏହାକୁ ବିଜ୍ଞାପିତ ଅଂଚଳ ପରିଷଦ ମାନ୍ୟତା ଦାବି ଜୋର ଧରିଥିବା ଜଣାଯାଇଛି । ଏହି ଆନ୍ଦୋଳନକୁ ଯୁବକମାନେ ସକ୍ରିୟ କରିଥିବା ସୂଚନା ମିଳିଛି ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!