Friday, November 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଂସ୍କୃତ ସମ୍ଭାଷଣ ବର୍ଗ ଉଦ୍‌ଘାଟିତ

by Anil Panda
October 9, 2020
in Nayagarh
ସଂସ୍କୃତ ସମ୍ଭାଷଣ ବର୍ଗ ଉଦ୍‌ଘାଟିତ
385
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଲୋକଭାଷା ପ୍ରଚାର ସମିତି ନୟାଗଡ଼ କେନ୍ଦ୍ର ଦ୍ୱାରା ଭିସି ମାଧ୍ୟମରେ ଏକ ୧୦ ଦିନିଆ ସଂସ୍କୃତ ସମ୍ଭାଷଣ ବର୍ଗ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦଧିବାମନ ସଂ୍‌ସକୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଲୋକଭାଷା ପ୍ରଚାର ସମିତି ନୟାଗଡ଼ କେନ୍ଦ୍ରର ସଭାପତି ଭାବଗ୍ରାହୀ କର ଅଧ୍ୟକ୍ଷତା କରିଥିଲେ । ଶରଣକୂଳ ମହାବିଦ୍ୟାଳୟର ପ୍ରାପ୍ତନ ଅଧ୍ୟକ୍ଷ ତଥା ନୟାଗଡ଼ ସଂସ୍କୃତ ବିକାଶ ପରିଷଦର ଅଧ୍ୟକ୍ଷ ବିଜୟ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଂସ୍କୃତ ଭାଷାର ପ୍ରାଚୀନତା ଓ ସମସ୍ତ ଭାଷାର ଜନନୀ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଦଶପଲ୍ଲା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ତଥା ନୟାଗଡ଼ ସଂସ୍କୃତ ବିକାଶ ପରିଷଦର ସଂସ୍ପାଦକ ଡ. ରମେଶ କୁମାର ଦାଶ ଯୋଗ ଦେଇ ସଂସ୍କୃତ ଭାଷାର ମହନୀୟତା ବିଷୟରେ ଆଲୋକପାତ କରିଥିଲେ । ରାଜସୁନାଖଳ ମହାବିଦ୍ୟାଳୟର ସଂସ୍କୃତ ଭାଷା ମୁଖ୍ୟ ତଥା ଲୋକଭାଷା ସମିତି ପ୍ରଚାର ସମିତିର ବରିଷ୍ଠ ଉପଦେଷ୍ଟା ସୁରମା ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡ. ସନ୍ତୋଷ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଭିସି କାର୍ଯ୍ୟକ୍ରମରେ ୮୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଅଧ୍ୟାପକ ଭାସ୍କର ଚନ୍ଦ୍ର ସାମନ୍ତରାୟ ଧନ୍ୟଦାନ ଅର୍ପଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!