ରାୟଗଡ଼ା, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୁର୍ଣ୍ଣଚନ୍ଦ୍ର ମାଝି ଭିଜିଲାନ୍ସ ଜାଲରେ ପଡିଛନ୍ତି । ନିଜ ଘରେ ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ସୁଚନାନୁସାରେ ଯନ୍ତ୍ରୀ ଜଣଙ୍କ ମାଣ୍ଡିବିଶିର ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ସନ୍ଧ୍ୟାରେ ତାଙ୍କୁ ଭିଜିଲାନ୍ସ ଟିମ ମାଡି ବସିଛି । ରାୟଗଡ଼ା ସହରର ରାଣୀଗୁଡାସ୍ଥିତ ଘରେ ଟଙ୍କା ସହିତ ଭିଜିଲାନ୍ସ ଧରିବା ପରେ ଯନ୍ତ୍ରୀ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଭିଜିଲାନ୍ସ କର୍ତୁପକ୍ଷ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତି କରିଥିଲେ । ସେ ସୁସ୍ଥ ହେବା ପରେ ଅଧୀକ ତଦନ୍ତ କରିବ ଭିଜିଲାନ୍ସ ।





